ଭୁବନେଶ୍ୱର:କୋଭିଡ୍ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା ଦିଗରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିବା ସମ୍ ହସ୍ପିଟାଲର ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “ଭାରତ ଗୌରବ ଶ୍ରୀ” ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ଉଲ୍ଲେଖନୀୟ ସମାଜ ସେବା ନିମନ୍ତେ ସମ୍ କୋଭିଡ୍ ହସ୍ପିଟାଲର କରୋନା ଯୋଦ୍ଧା ଶ୍ରୀମତି ମଲ୍ଲିକଙ୍କୁ ରବିବାର ଏଠାରେ ନେପାଳ ଦୂତାବାସର ମିନିଷ୍ଟର କାଉନ୍ସେଲର (ପଲିଟିକାଲ୍) ଶ୍ରୀ ଆନନ୍ଦ ପ୍ରସାଦ ଶର୍ମା ଏହି ସମ୍ମାନ ପ୍ରଦାନ କରିଛନ୍ତି ।ଗତ ୨୦୨୦ ମାର୍ଚ୍ଚ ମାସରେ କୋଭିଡ ମହାମାରୀ ଆରମ୍ଭ ହେବା ପରଠାରୁ ସମ୍ କୋଭିଡ୍ ହସ୍ପିଟାଲରେ ଦୀର୍ଘ ଏକ ବର୍ଷ ୮ ମାସ ଧରି ନିରନ୍ତର କରୋନା ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିଆସୁଛନ୍ତି କମଳିନୀ । ତାଙ୍କର ପ୍ରଚେଷ୍ଟା ଫଳରେ ଅନେକ ଗୁରୁତର ସଂକ୍ରମିତ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିପାରିଛନ୍ତି । ଦୀର୍ଘ ଦିନ ହେବ ନିଜ ପରିବାର ଠାରୁ ଦୂରରେ ରହି ହସ୍ପିଟାଲରେ ହିଁ ନିଃସ୍ୱାର୍ଥପର ଭାବେ ରୋଗୀ ସେବା କରିଆସୁଛନ୍ତି କମଳିନୀ ।
ରବିବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦକ୍ଷିଣ ଆଫ୍ରିକା ଦୂତାବାସର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଶ୍ରୀ ଶରତଚନ୍ଦ୍ର ପ୍ରଧାନ, ମରିସସ୍ ବିଶ୍ୱ ଯୁବ ସଂସ୍ଥାନର ସେକ୍ରେଟାରୀ ଜେନେରାଲ୍ ଶ୍ରୀ ଅମରନାଥ ଦେଓ ଏବଂ ବିଶ୍ୱ ମାନବାଧିକାର ସୁରକ୍ଷା ସଂଘର ଜାତୀୟ ସଭାପତି ଶ୍ରୀ ଅଭିନ୍ନ ହୋତା ଉପସ୍ଥିତ ଥିଲେ । ଏହି ଅବସରରେ “ଆତଙ୍କବାଦ, ପରିବେଶ ନ୍ୟାୟ ଏବଂ ମାନବାଧିକାର” ଶୀର୍ଷକ ଏକ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.