ଗୁଦେରପାଲି ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।

0

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗୁଦେରପାଲି ଯୁକ୍ତ ୨ ମହାବିଦ୍ୟାଳୟ ରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ରେ ସମାଜସେବୀ କିଶୋର ଚନ୍ଦ୍ର ଦେବତା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିୟମିତ କ୍ଳାସ ଆସିବା ସହ ଶାନ୍ତି ଶୃଙ୍ଖଳା ବୟାଇରଖି ଭଲ ପାଠ ପଢି,ବଡ ମଣିଷ ହୋଇ ମହାବିଦ୍ୟାଳୟ ର ନାମ ରଖିବା ପାଇଁ ଦିଗ୍ ଦର୍ଶନ ଦେଇଥିଲେ। ଦ୍ବିତୀୟ ବର୍ଷ ର ଛାତ୍ରଛାତ୍ରୀ ପ୍ରଥମ ବର୍ଷ ର ଛାତ୍ରଛାତ୍ରୀ ଙ୍କୁ ଫୁଲ ତୋଡା ଦେଇ ସ୍ଵାଗତ କରିଥିଲେ। ଏଥିରେ ମୁକେଶ ମୁରାରି କେଡିଆ, ପ୍ରତାପ ହଂସ,ପଅର୍ଚ୍ଚନା ଦାଶ, ମୁକେଶ ସାହୁ,ବନିତା ଭୋଇ,ଲିଙ୍ଗ ହାତୀ ଓ କୁଶ ପାତ୍ର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Leave A Reply

Your email address will not be published.