ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର “ସ୍ୱର୍ଣ୍ଣୋତ୍ସବ” ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଥିବା ବେଳେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥି , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସ୍ୱରାଜ ଶିଶା , ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ମାଝୀ , ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲିଙ୍ଗରାଜ ଦାସ , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ସାତ୍ମିକ କୁମାର ପଟ୍ଟନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।
ଦିବଙ୍ଗତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଦିବଙ୍ଗତ ପୁରାତନ ଛାତ୍ରଙ୍କ ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।
ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏହି ପୁରାତନ ମହେନ୍ଦ୍ରଗିରି ବିଦ୍ୟାଳୟର ଐତିହ୍ୟ ଉପରେ ଗୁରୁତ୍ୱାରୋପ କରିବା ସହ ମହେନ୍ଦ୍ରଗିରି ବିଦ୍ୟାଳୟର ଅନେକ ଛାତ୍ର ଓଡିଶା ସମେତ ସମଗ୍ର ଭାରତ ବର୍ଷରେ ବିଭିନ୍ନ ପଦ ପଦବୀରେ ରହି ଆସିଛନ୍ତି। ଶିକ୍ଷାର ଅଗ୍ରଗତିରେ ବହୁ ଉଲ୍ଲେଖନୀୟ ଅବଦାନ ସୃଷ୍ଟି କରି ବହୁ ବିଦ୍ୱାନଙ୍କୁ ଗଢିତୋଳିବାର କାରଖାନା ଭାବେ ଖ୍ୟାତି ରଚିଛି। ଏହି ଅବସରରେ ଏକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦର କଣ୍ଠଶିଳ୍ପୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବିବରଣୀ ପାଠ କରିଥିବା ବେଳେ ପୁରାତନ ଛାତ୍ର ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଓ ଶ୍ରୀ ଭାଗବତ ପାଢୀ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ନୂତନ ଛାତ୍ର , ପୁରାତନ ଛାତ୍ର , ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରାଯାଇଥିଲା।
ସଭାକାର୍ଯ୍ୟ ଶେଷରେ ପୁରାତନ ଛାତ୍ର ସୂର୍ଯ୍ୟନାରାୟଣ ରାଜଗୁରୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ଶ୍ରୀ କିଶୋର ନାୟକ ବିଦ୍ୟାଳୟର ଉନ୍ନତି ପାଇଁ ୧ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଗୁରୁ ସୁଶ୍ରୀ ଡି.ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ପୂର୍ବାହ୍ନରେ ବୃକ୍ଷ ରୋପଣ , ସ୍ୱଚ୍ଛ ଭାରତ ଅଭିଯାନ , ନଗର ଭ୍ରମଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଶ୍ରୀ ରଘୁନାଥ ବରାଡ ,ଶ୍ରୀ ଗଣେଶ ରାଜୁ , ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା , ଏବଂ ମୂରଲୀଧର ପରିଚ୍ଛା ପରିଚାଳନା କରିଥିଲେ।
ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ , ଶ୍ରୀମତୀ ସୁଜାତା ନନ୍ଦ , ଶ୍ରୀ ବେଣୁ ଗୋପାଳ ପାଢ଼ୀ , ଶ୍ରୀମତୀ କବିତା ରାଉତ , ଶ୍ରୀମତୀ ଶ୍ରୀଲକ୍ଷ୍ମୀ ଗେଦଲା , ଶ୍ରୀମତୀ ବିଷ୍ଣୁପ୍ରୀୟା ଦେବୀ ପାଢ଼ୀ, ଶ୍ରୀ ସୁରେଶ ମହାଙ୍କୁଡ଼ , ଶ୍ରୀମତୀ ମମତା ଦାଶ , ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.