ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ୩ କିମି ଷ୍ଟେଚର ବୁହା ହେଲେ ଗର୍ଭବତୀ ମହିଳା। ରବିବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ବ୍ଳକ ବାଲିଗଣ୍ଡା ଗାଁର ପୁଷ୍ପାଞ୍ଜଳି ପାଇକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ଗାଁକୁ ଭଲ ରାସ୍ତା ନ ଥିବାରୁ ଅଧା ରାସ୍ତାରେ ଆମ୍ବୁଲାନ୍ସ ଅଟକିଯାଇଥିଲା । ପରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁଙ୍କ ପ୍ରଚେଷ୍ଟା ଓ ଗ୍ରାମବାସୀଙ୍କ ସହାୟତାରେ ଗର୍ଭବତୀ ମହିଳାଙ୍କୁ ୩ କିମି ଷ୍ଟେଚର ବୋହି ଆମ୍ବୁଲାନ୍ସ ଯାଏଁ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସରେ ଆଣି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏଠାରେ ମହିଳା ଜଣକ ଏକ ପୁତ୍ର ସନ୍ତାନ ପ୍ରସବ କରିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.