ଅସ୍ତରଙ୍ଗ: ପୁରିଜିଲା ଅସ୍ତରଙ୍ଗ ବ୍ଲକ ର ବରିଷ୍ଠ ତଥା ବର୍ଷିଆନ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଦୁଃଶାସନ ନାୟକଙ୍କୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଅଗ୍ରଣୀ ସାହିତ୍ୟ ଓ କଳା ଅନୁଷ୍ଠାନ ଋତୁପର୍ଣ୍ଣା ତରଫରୁ ସମ୍ବର୍ଦ୍ଧିତ କରାଯାଇଅଛି । ଏହି ଉପଲକ୍ଷେଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ ଥିଲା ଓ ଏହି ସମ୍ବର୍ଦ୍ଧନା ସଭାରେ ଓଡ଼ିଶାର ବିଭିର୍ଣ୍ଣ ପ୍ରାନ୍ତରୁ ଆସି ଥିବା କବି, କବୟିତ୍ରୀ,ଶିକ୍ଷାବିତ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥିରେ ପୁରୀ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଦୁଃଶାସନ ନୟକଙ୍କୁ ଋତୁପର୍ଣ୍ଣା ସମ୍ବାଦ ଗୌରବ ପ୍ରତିଭା ମଲହାର ସମ୍ମାନ ରେ ସମ୍ମାନିତ କରାଯାଇ ଥିଲା | ଏହି କାର୍ଯ୍ୟକ୍ରମରେ ,ଓଡିଶା ସାହିତ୍ୟ ଏକାଡେମୀ ର ସଚିବ,ପ୍ରବୋଧ କୁମାର ରାଉତ,ଆକାଶବାଣୀ କଟକ ସହକାରୀ ନିର୍ଦେଶକ ଯୁଗଳ କିଶୋର ପଣ୍ଡା,ଦୂରଦର୍ଶନ କେନ୍ଦ୍ରର ଉପସ୍ଥାପକ ଶୁଭେନ୍ଦୁ ମହାନ୍ତି ,। ଏହା ବ୍ୟତୀତ ପୁରିଜିଲ୍ଲାର ଚିତ୍ତରଞ୍ଜନ ବିଶ୍ୱାଳ, ଦିଲ୍ଲୀପ ସେନାପତି,ପ୍ରସନ୍ନ ପଟ୍ଟନାୟକଙ୍କୁ କବି ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନ ର ସମ୍ପାଦିକା ଅଧ୍ୟାପିକା ରାଜଶ୍ରୀ ସ୍ଵାଇଁ ।
Sign in
Sign in
Recover your password.
A password will be e-mailed to you.