“ଅସୀମ ବସୁ ଥିଲେ ଓଡ଼ିଶା ମଞ୍ଚ ଜଗତର ଉଜ୍ଜ୍ୱଳ ତାରକା, ନବନାଟ୍ୟ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର “

0 2

ଅସୀମ ବସୁଙ୍କ ୮୬ତମ ଜୟନ୍ତୀ ପାଳିତ, ମୁକୁନ୍ଦ ଶତପଥୀ ଅସୀମ ବସୁ ସ୍ମ୍ମୃତି ସମ୍ମାନରେ ସମ୍ମାନିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ମଂଚ ପୁରୁଷ ସ୍ୱର୍ଗତ ଅସୀମ ବସୁ ଥିଲେ ଓଡ଼ିଆ ରଙ୍ଗମଞ୍ଚ, ନାଟକ, ଚିତ୍ରନାଟ୍ୟ ଓ ମଞ୍ଚସଜ୍ଜା ଜଗତର ଜଣେ ଉଜ୍ଜ୍ୱଳ ତାରକା  । ତାଙ୍କ ସମଗ୍ର ଜୀବନ ସେ ଓଡ଼ିଆ ନାଟ୍ୟ ଆନ୍ଦୋଳନର ବିକାଶ ନିମିତ୍ତ ନିଜକୁ ଉତ୍ସର୍ଗ କରିଥିଲେ । ତାଙ୍କୁ ବାଦ୍ ଦେଇ ଓଡ଼ିଶାର ନବ ନାଟ୍ୟ ନାଟ୍ୟ ଆନ୍ଦୋଳନ ଇତିହାସ ଅଧୁରା ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ, ବିଭିନ୍ନ ନାଟ୍ୟ ସଙ୍ଗଠନର ମିଳିତ ଉଦ୍ୟମରେ ଆଜି ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ତାଙ୍କ ୮୬ତମ ଜୟନ୍ତୀରେ ବକ୍ତାମାନେ ମତ ବ୍ୟକ୍ତକରି ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମହୌଷଧି ବାଗ, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ରାଜ୍ୟ ଆବାହକ ପ୍ରବୀର ମହାନ୍ତି, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ଉତ୍ତରପୁରୁଷ ନାଟ୍ୟ ସଂସ୍ଥାର ସତ୍ୟବ୍ରତ ରାଉତ, ପଞ୍ଚମ ବେଦ ନାଟ୍ୟସଂସ୍ଥାର ହରେନ ସାହୁ, ପୂର୍ବତନ କର୍ପୋରେଟର ନରେନ ସାହୁ, ଉମାନାଥ ମିଶ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଦେବଦତ୍ତ ପତି, ଶିବ ସୁଆର, ଦେବଯାନୀ ଦାସ, ମୁକୁନ୍ଦ ଶତପଥୀ, ସ୍ୱର୍ଗତ ବସୁଙ୍କ ଆତ୍ମୀୟ ଗୌତମ ବସୁ, ବିଜୟ ମଣ୍ଡଳ, ରୁଚିକା ବସୁ, ଭାସ୍ୱତୀ ବସୁ, ନଗେନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ନାଟ୍ୟ ଆନ୍ଦୋଳନର ପ୍ରମୁଖ ବ୍ୟକ୍ତିତ୍ୱ ମୁକୁନ୍ଦ ଶତପଥୀଙ୍କୁ ଅସୀମ ବସୁ ସ୍ମ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଭିକାରୀ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.