ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ : ନୂଆପଡ଼ା ଜିଲ୍ଲା ସିନାପାଲି ସଦର ଜଗନ୍ନାଥ ଛକ ର ଜଣେ ଯୁବତୀ ନିଜ ପ୍ରେମ ପାଇଁ ବିଷପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ। ଯୁବତୀ ମାଁ ଅମ୍ୱିକା ମେହେର ସିନାପାଲି ଥାନାରେ ଅଭିଯୋଗ କରିଥିଲେ।ଘଟଣା ନେଇ ସିନାପାଲି ଥାନାରେ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ ପରେ ପ୍ରେମିକ ଅଭିଯୁକ୍ତ ସୁମନ୍ତ ମେହେର ଙ୍କୁ ଗିରଫ୍ କରି କୋଟ ଚାଲାଣ କରିଥିବା ଜଣାପଡିଛି। ଯୁବତୀ ଜଣକ ୨ ରୁ ୩ ବର୍ଷ ହେବ ସିନାପାଲି ବ୍ଲକ ଅନ୍ତର୍ଗତ ଲିଟିଗୁଡା ଗ୍ରାମର ସୁମନ୍ତ ମେହେର ନାମକ ଯୁବକ ଜଣକ ଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିବା ବେଳେ ଯୁବକ ଜଣକ ବିବାହ ପ୍ରତିଶ୍ରୁତି ଦେଇ ପ୍ରେମ ପ୍ରତାରଣା କରିଥିବା ଯୁବତୀ ଙ୍କ ମାଁ ଅମ୍ୱିକା ମେହେର ସିନାପାଲି ଥାନାରେ ଅଭିଯୋଗ କରିଥିଲେ। ଯୁବକ ଜଣକ ଶାରୀରିକ ସମ୍ପର୍କ ରଖି ମଧ୍ୟ ବିବାହ କରିବାକୁ ମନା କରିଥିଲା। ଶେଷରେ ଯୁବକ ଯୁବତୀ ଙ୍କ ଘର ନିକଟ ସ୍ଥାନ ରୁ ଅନ୍ୟ ଏକ ଝିଅ ସହ ବିବାହ ନିର୍ବନ୍ଧ ବାନ୍ଧି ଥିଲା। ପ୍ରେମିକ ଙ୍କ ଅନ୍ୟ ଝିଅ ସହ ନିର୍ବନ୍ଧ ହେଉଥିବା ଯାଣି ପ୍ରେମିକା ବିଷପିଇ ଆତ୍ମହତ୍ୟା କରିଥିଲା। ପରେ ଯୁବତୀ ଙ୍କ ମାଁ ନ୍ୟାୟ ପାଇଁ ଆକୁଳ ନିବେଦନ ନେଇ ସିନାପାଲି ଥାନାରେ ଅଭିଯୋଗ କରିଥିଲେ। ଆଜି ପ୍ରେମିକ ଅଭିଯୁକ୍ତ ଙ୍କୁ ଗିରଫ୍ ପରେ କୋର୍ଟ ଚାଲାଣ ।
Sign in
Sign in
Recover your password.
A password will be e-mailed to you.