ରକ୍ତଦାନ ଯୁବସମାଜ ର ନିଶା ହେବା ଆବଶ୍ୟକ :- ପ୍ରଦ୍ୟୁମ୍ନ ତ୍ରିପାଠି

0

ଯୁବସମାଜ ଜନସେବା ପ୍ରତି ଧ୍ୟାନ ଦେବା ଆବଶ୍ୟକ :- ଭୋଜରାଜ ସିଂ ବାରିହା

ବରଗଡ :- ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ଵାନ କ୍ରମେ ବିଗତ ଏକ ବର୍ଷରୁ ଉର୍ଦ୍ଧ ସମୟ ହେଲା ଓଡିଶା ମୋ ପରିବାର ଜୀବନବିନ୍ଦୁ କାର୍ଯକ୍ରମ ମାଧ୍ୟମରେ ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରି ରାଜ୍ୟ ରକ୍ତଭଣ୍ଡାର ଗୁଡିକରୁ ରକ୍ତର ଅଭାବ ଦୂର କରିବାର ପ୍ରୟାସ ଜାରି ରଖିଛି । ଏହି କ୍ରମରେ ଓଡିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ଶ୍ରୀ ଗୌରହରି ମିଶ୍ର ଙ୍କର ଅକ୍ଲାନ୍ତ ପରିଶ୍ରମ , ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବରିଷ୍ଠ ବିଧାୟକ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଞ୍ଜନ ସିଂ ବାରିହା , ଯୁବ ବିଧାୟକ ଶ୍ରୀ ଦେବେଶ ଆଚାର୍ଜ , ବିଧାୟିକା ଶ୍ରୀମତୀ ରିତା ସାହୁ ଓ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ପ୍ରୋତ୍ସାହନ କ୍ରମେ ବରଗଡ଼ ଜିଲ୍ଲାର ଅନେକ ସ୍ଥାନରେ କ୍ରମାଗତ ଭାବରେ ରକ୍ତଦାନ ଶିବିରର ଆୟୋଜନ କରାଯାଇ ରକ୍ତଭଣ୍ଡାର ଗୁଡିକର ରକ୍ତ ଅଭାବ କୁ ଦୂର କରିବାର ପ୍ରୟାସ କରାଯାଉଛି । ଏହି କ୍ରମରେ ଆଜି ମାନ୍ୟବର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଙ୍କ ପରାମର୍ଶ କ୍ରମେ ଯୁବ ନେତା ଭୋଜରଜ ସିଂ ବରିହା ଙ୍କ ତତ୍ତ୍ଵାବଧାନରେ ଓ ବିଜୁ ଯୁବ ଜନତାଦଳ , ପାଇକମାଳ ବ୍ଲକ ଯୁବ ସଭାପତି ଗୌତମ ସିଂ ଙ୍କ ନେତୃତ୍ୱ ରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆଜି ପାଇକମାଳ ସ୍ଥିତ ନୃସିଂହନାଥ ଧର୍ମଶାଳା ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।ମୁଖ୍ୟ ଅତିଥି ଭାବରେ ଓଡ଼ିଶା ମୋ ପରିବାର ର ବରଗଡ଼ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଓ ଯୁବନେତା ଭୋଜରାଜ ସିଂ ବରିହା , ବିଜୁ ଯୁବ ଜନତାଦଳ ବରଗଡ଼ ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବରେ ପଦ୍ମପୁର ଟାଉନ ସଭାପତି ପ୍ରିତମ ମେହେର , ପାଇକମାଳ ବ୍ଲକ ବିଜୁ ଜନତା ଦଳ ସଭାପତି ରାଜେନ୍ଦ୍ର ରାଉତ , ବିଧାୟକ ପ୍ରତିନିଧି ହୃଦାନନ୍ଦ ବାରିକ , ପାଇକମାଳ ବ୍ଲକ ଅଧ୍ୟକ୍ଷ ଅଲତାବ ମହମ୍ମଦ ଯୋଗଦାନ। ଦେଇ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ । ରକ୍ତଦାନ ଶିବିର ରେ ସର୍ବମୋଟ ୫୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଆଜି ଏହି ଶିବିରରେ ବ୍ଲକ ଅଧ୍ୟକ୍ଷ ନିଜେ ମଧ୍ୟ ରକ୍ତ ଦାନ କରି ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ ।

Leave A Reply

Your email address will not be published.