ଚତୁର୍ଥ ଦିନରେ ମାହାଙ୍ଗା ବ୍ଲକ୍ ହଳଦିଆ ପଞ୍ଚାୟତକୁ ପଞ୍ଚାୟତରାଜ ମନ୍ତ୍ରୀଙ୍କ ତୋଫାନି ଗସ୍ତ

0

ଉଦଘାଟିତ ହେଲା ବିଭିନ୍ନ ଉନ୍ନୟମୂଳକ ପ୍ରକଳ୍ପ |

ସମସ୍ତ ଜନ କଲ୍ୟାଣ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିଛି- ମନ୍ତ୍ରୀ ପ୍ରତାପ ଜେନା।

ମାହାଙ୍ଗା -(ସପ୍ତ ଜ୍ୟୋତି ରାଉଳ)-ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ତୋଫାନି ଗସ୍ତ ରାଜନୈତିକ ଉଷ୍ମତା ବୃଦ୍ଧି କରିଛି | ମନ୍ତ୍ରୀ ଶ୍ରୀ ଜେନା ଗତ ୪ ଦିନ ଧରି ନିଜ ନିର୍ବାଚନ ମଣ୍ଡଳୀ ଭିତରେ ଡେରା ପକାଇବା ସହ ବିଭନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍ଘାଟନ କରି ବିଭିନ୍ନ ବୈଠକ ଓ ସଭାସମିତିରେ ଯୋଗଦେଇଛନ୍ତି | ଆଜି ଚତୁର୍ଥ ଦିବସରେ ମନ୍ତ୍ରୀ ଶ୍ରୀ ଜେନା ହଳଦିଆ ପଞ୍ଚାୟତରେ ପହଂଚି ଥିଲେ ।ଏରକଣା ଛକରୁ ଏକ ବିରାଟ ପଟୁଆରରେ ମନ୍ତ୍ରୀଙ୍କୁ ବିଜେଡି କର୍ମୀମାନେ ପାଛୋଟି ନେଇ ଝଡ଼େଶ୍ୱରପୁର ଅଙ୍ଗନବାଡି କେନ୍ଦ୍ର ଉଦଘାଟନ କରାଇଥିଲେ | ହଳଦିଆ ବିଶ୍ୱଭାରତୀ ଯୁବକ ସଙ୍ଘର ନବନିର୍ମିତ ଗୃହକୁ ମନ୍ତ୍ରୀ ଉଦଘାଟନ କରିଥିଲେ | ସେହିପରି ମଡେଲ ହାଟ ହଳଦିଆ,ହଳଦିଆ ଅଙ୍ଗନବାଡି କେନ୍ଦ୍ର -(2),ଓଳକଣା ଅଙ୍ଗନବାଡି କେନ୍ଦ୍ର -(1), ଶ୍ରୀମା ସାଇ କମ୍ୟୁନିଟି ସେଣ୍ଟର ଓଳକଣା, ବସୁଧା ଯୋଜନାରେ ନିର୍ମିତ ଓଳକଣା ପାନୀୟଜଳ ପ୍ରକଳ୍ପ,ସଏମ ଠାରେ କୃଷକ ମାନଙ୍କ ପାଇଁ ଏକ ଚାଷୀ ଖଳା ଓ ନବନିର୍ମିତ ବିଶ୍ରାମ ଗୃହ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା !ଉତ୍ସବରେ ମନ୍ତ୍ରୀ ଶ୍ରୀ ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିଛି ବୋଲି କହିଥିଲେ |
ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ,ବିଜେଡି ବ୍ଲକ ସଭାପତି ରାଜକିଶୋର ଜେନା, ଜିଲାପରିଷଦ ସଭ୍ୟ କେଶବ ବେହେରା, ଉପାଧ୍ୟକ୍ଷା ରସିଦା ବେଗମ, ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ,ସହକାରୀ ଯନ୍ତ୍ରୀ ସଂଗ୍ରାମ ପରିଡା, ସରପଞ୍ଚ ସୁମିତ୍ରା ଖୁଣ୍ଟିଆ, ସମିତିସଭ୍ୟ ଶିବ ନରାୟଣ ଓଝା, ପଞ୍ଚାୟତ ପର୍ଯ୍ୟବେକ୍ଷକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଯୁବ ବିଜେଡି ସଭାପତି ଶରତ ମହାପାତ୍ର, ଛାତ୍ର ବିଜେଡି ସଭାପତି ତ୍ରିନାଥ ଜେନା, ପ୍ରମୁଖ ବହୁ ବ୍ୟକ୍ତି ଯୋଗଦେଇଥିଲେ |

ଏହି କାର୍ଯ୍ୟକ୍ରମକୁ ଯୁବନେତା ଜ୍ଞାନେନ୍ଦ୍ର ସାହୁ, ଯୁବବିଜେଡି କାର୍ଯ୍ୟକାରୀ ସଭାପତି ହେମନ୍ତ ପ୍ରଧାନ ,ପଞ୍ଚାୟତ ବିଜେଡି ସଭାପତି ଜ୍ୟୋତି ରଞ୍ଜନ ସାହୁ, ସୁଧୀର ଶତପଥୀ, ମନୋଜ ମିଶ୍ର, ଅନ୍ତ ଚରଣ ରାଉତ, ତାରା ମହାପାତ୍ର, ପଞ୍ଚାୟତ ଯୁବ ବିଜେଡି ସଭାପତି ଦେବେନ୍ଦ୍ର ସିଂ, ଦେବେନ୍ଦ୍ର ମହାନ୍ତି, ମାଧବାନନ୍ଦ ସାହୁ, ସୁଧୀର ରାଉତ, ଶାନ୍ତନୁ ବାନା, କୃଷ୍ଣ ଚନ୍ଦ୍ର ସାହୁ, ଗୌରାଙ୍ଗ ପୃଷ୍ଟି, ସୁଧୀର ରଥ, ଅକ୍ଷୟ ବାରିକ୍, ନିରଞ୍ଜନ ମଲ୍ଲିକ, ନିରଞ୍ଜନ ସେଠୀ,ବାସୁଦେବ ବେହେରା ପ୍ରମୁଖ ପରିଚାଳନା କରିଥିଲେ |

Leave A Reply

Your email address will not be published.