ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲା ର ତିନି ବ୍ଲକରେ ଗତ ଏକ ମାସ ମଧ୍ୟରେ ହାତୀ ଉପଦ୍ରବ ଯୋଗୁଁ ବିଭିନ୍ନ ଗ୍ରାମରେ ଅନେକ ଚାଷୀଙ୍କ ଧାନ ଫସଲ ସହିତ ବିଭିନ୍ନ ପନିପରିବା ଫସଲା ନଷ୍ଟ ହେଉଛି। ଫଳରେ ଚାଷୀମାନେ ଫସଲ ଅମଳ ରୁ ବଞ୍ଚିତ ହେଉଛନ୍ତି ଏବଂ ଚାଷ ପାଇଁ କରି ଥିବା ବ୍ୟାଙ୍କ ଲୋନ ପରିଶୋଧ କରିପାରୁ ନାହାଁନ୍ତି। ଅନ୍ୟପକ୍ଷରେ ଫସଲ କୁ ବଞ୍ଚାଇବାକୁ ହେଲେ ହାତୀ ଘୋଉଡେଇବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ୁଛି ।
ସୂଚନାଯୋଗ୍ୟ ଯେ ନଭେମ୍ବର ମାସ ୨୪ ତାରିଖ ଦିନ ବିଳମ୍ବିତ ରାତିରେ ଶୋଇଥିବା ବେଳେ କାଲକାଠ ଗ୍ରାମର ଜଣେ ୬୦ ବର୍ଷର ବ୍ୟକ୍ତିଙ୍କୁ ହାତୀ ଘରୁ ଟେକି ନେଇ କଚାଡ଼ି ଦେଇ ଗୋଡ଼ରେ ଦଳି ଦେଇଥିଲା ଫଳରେ ବ୍ୟକ୍ତି ଜଣକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ଠିକ୍ ସେହିପରି ୨୯ ତାରିଖ ରବିବାର ଦେବଗଡ ରେଞ୍ଜ ସୁଗୁଡା ବିଟ ଅନ୍ତର୍ଗତ ବୁଢୀବିଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ଚେମରୁ ନାଏକ ଙ୍କ ପୁଅ 28 ବର୍ଷ ବୟସ୍କ ଲମ୍ବୋଦର ନାଏକ । ମୃତ ଲମ୍ବୋଦର ଗ୍ରାମ ର ଅନ୍ୟ କିଛି ବ୍ୟକ୍ତି ଙ୍କ ସହ ମିଶି ଜମିରେ ଧାନ କାଟୁଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ଜଙ୍ଗଲ ମଧ୍ୟରୁ ବାହାରି ଆସି ତାଙ୍କୁ ପଛ ପଟରୁ ତାଙ୍କୁ ଆକ୍ରମଣ କରିଥିଲା । ଲମ୍ବୋଦର ଙ୍କୁ ଦନ୍ତା ହାତୀ ଟି ଟେକି କଚାଡିଦେବା ସହ ପାଦରେ ଦଳିଦେଇଥିଲା । ଉପସ୍ଥିତ ଅନ୍ୟ ମାନେ ତାଙ୍କୁ ସଙ୍ଗେ ସଙ୍ଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦେବଗଡ ଡାକ୍ତରଖାନା ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଦେବଗଡ଼ ସହରରେ ଦିନ କୁ ଦିନ ମାଙ୍କଡଙ୍କ ଉପଦ୍ରବ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ମାଙ୍କଡମାନେ ସ୍କୁଲ ରେ ପଢୁଥିବା ଛୋଟ ବାଳକ ବାଳିକା ମାନଙ୍କୁ ଆକ୍ରମଣ କରିଆସୁଛନ୍ତି। ଏଣୁ ଏ ସବୁର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ନିମନ୍ତେ ଜିଲ୍ଲା କଂଗ୍ରେସ କମିଟୀ ସଭାପତି ଉମାଶଙ୍କର ସାହୁ ଙ୍କ ନେତୃତ୍ବରେ ବହୁ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.