ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବଡ଼ ଗାଁ ଏବଂ ବଡ଼ ଗୋଷାଣୀ ଗ୍ରାମରେ , ରାୟଗଡ ବ୍ଲକର ଆଶୀର୍ବାଦ ନଗରରେ ଓ ଲାଟି ଗାଁରେ , ମୋହନା ବ୍ଲକର ହିକ୍ରିକୁମ୍ପା ଓ ଲିଲିଗୁଡା ଗାଁରେ ଏବଂ ଆର୍ .ଉଦୟଗିରି ବ୍ଲକର ରଣ୍ଡିବା ଗ୍ରାମରେ କେନ୍ଦ୍ର ସରକାରଙ୍କ ଏକ ଟିମ୍ ନଭେମ୍ବର ମାସ ୨୫ ଓ ୨୬ ତାରିଖରେ ଜଳ ଜୀବନ ମିଶନ ପ୍ରକଳ୍ପର ସମୀକ୍ଷା କରିଛନ୍ତି।
କେନ୍ଦ୍ରୀୟ ଜଳ ଜୀବନ ମିଶନ ପ୍ରକଳ୍ପର ଅଣ୍ଡର ସେକ୍ରେଟାରୀ ଶ୍ରୀ ବିକାଶ ଶ୍ରୀବାସ୍ତବ ଏବଂ ଗ୍ରାମ୍ୟ ଭିତ୍ତିଭୂମି କଂସୁଲଟାଣ୍ଟ ଶ୍ରୀ ଅଭିୟାନତେଶ ବର୍ମା ପଞ୍ଚାୟତ ଅଫିସ ସଭା ଗୃହରେ ପ୍ରତ୍ୟେକ ହିତାଧିକାରୀ ଯେପରି ଶୁଦ୍ଧ ପାନୀୟ ଜଳ ପାଇପାରିବେ ସେ ବିଷୟରେ ବୁଝାଇଥିଲେ।
ହିତାଧିକାରୀଙ୍କ ଘରକୁ ଯାଇ କାର୍ଯ୍ୟର ତଦାରଖ କରି ଜଳ ସଂରକ୍ଷଣ ଓ ଅଦରକାରୀ ଜଳକୁ କିପରି କାର୍ଯ୍ୟରେ ଲଗାଇବେ ତାହା ଲୋକମାନଙ୍କୁ କହିଥିଲେ।
ଏଥିରେ ଓଡିଶା ସରକାରଙ୍କ ଗଜପତି ଜିଲ୍ଲାର ଗ୍ରାମ୍ୟ ପାନୀୟଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦାଶ , ସହକାରୀ ନିର୍ବାହୀ ଯନ୍ତ୍ରୀ କୁମାରୀ ସ୍ୱୟଂପ୍ରଭା ସେଠୀ , ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ସାହୁ , ସହକାରୀ ଯନ୍ତ୍ରୀ ଶ୍ରୀ ଶିବ ପ୍ରସାଦ ପାଳ , ସହକାରୀ ଯନ୍ତ୍ରୀ ସୀମାଞ୍ଚଳ ବେହେରା , କନିଷ୍ଠ ଯନ୍ତ୍ରୀ ଶ୍ରୀ ନାରାୟଣ ସେଠୀ , କନିଷ୍ଠ ଯନ୍ତ୍ରୀ ଶ୍ରୀ ପଦ୍ମନାଭ ଖଣ୍ଡେଇ , ଜଳ ପରୀକ୍ଷକ ଶ୍ରୀ ରୋଶନ କୁମାର ପାତ୍ର , ଏସ୍.ଇ.ଏମ୍ ଓ ଗ୍ରାମ ବିକାଶ କର୍ମକର୍ତ୍ତା , ଶିକ୍ଷା କର୍ମୀ , ଅଙ୍ଗନବାଡି କର୍ମୀ , ପଞ୍ଚାୟତର ସଦସ୍ୟ ଏବଂ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.