ଠାକୁରମୁଣ୍ଡା(ଦିଲ୍ଲୀପ ମହାନ୍ତି) ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟ ରେ ୨୬ ଜଣ ଛାତ୍ରୀ କରୋନା ରେ ଆକ୍ରାନ୍ତ ହୋଇଥିବାର ଜଣାଯାଇଛି।ଏ ନେଇ ଜିଲ୍ଲା ପ୍ରଶାସନ ତତ୍ପର ଥିବାର ଜଣାଯାଇଛି।ଶନିବାର ଉକ୍ତ ବିଦ୍ୟାଳୟ କୁ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ୱାଳ ଙ୍କ ସମେତ ସ୍ଥାନୀୟ ବିଡ଼ିଓ,ତହସିଲଦାର ,ଡ଼ାକ୍ତରୀ ଟିମ ବିଦ୍ୟାଳୟ ରେ ପହଞ୍ଚିବେ।ସେଠାରେ ଜଣେ ଡାକ୍ତର ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆକ୍ରାନ୍ତ ଛାତ୍ରୀ ମାନଙ୍କର ଚିକିତ୍ସା କରାଯିବା ସହ ସେଠାରେ ଏକ ଆମ୍ବୁଲାନ୍ସ ରହିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଆବାସିକ ବିଦ୍ୟାଳୟରେ ମୋଟ ୨୫୯ ଜଣ ଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ୨୦ ଜଣ କର୍ମଚାରୀ ରହିଛନ୍ତି।ସେମାନଙ୍କ ମଧ୍ୟରୁ କିଛିଦିନ ପୂର୍ବରୁ କେତେକ ଛାତ୍ରୀ ଅସୁସ୍ଥ ରହିବାରୁ ଗତ ଗୁରବାର ଦିନ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା।ସେମାନଙ୍କ ମଧ୍ୟରୁ ୨୨ ଜଣ କରୋନା ପୋଜେଟିଭି ଥିବାର ଜଣା ଯାଇଥିଲା।ଶୁକ୍ରବାର ମଧ୍ୟ ୪ ଜଣ ଛାତ୍ରୀ କରୋନା ରେ ଆକ୍ରାନ୍ତ ଥିବା ପରୀକ୍ଷା ରୁ ଜଣାପଡିବା ପରେ ଶୁକ୍ରବାର ସୁଦ୍ଧା ମୋଟ୨୬ ଜଣ ଛାତ୍ରୀ ଆକ୍ରାନ୍ତ ଥିବାର ଜଣା ପଡ଼ିଛି। ୧୫ ଜଣଙ୍କ ସ୍ଵବ ଟେଷ୍ଟ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଛି।ସମସ୍ତ ଚିହ୍ନଟ ଆକ୍ରାନ୍ତ ମାନଙ୍କୁ ବିଦ୍ୟାଳୟ ପରିସର ରେ ସଙ୍ଗରୋଧ ରେ ରଖାଯାଇ ଚିକିତ୍ସା କରାଯାଉଛି।କରୋନା ପୋଜେଟିଭି ବାହାରିବା ପରେ ଅନ୍ୟ ଛାତ୍ରୀ ଓ ଅଭିଭାବକ ମାନେ ଆଶଙ୍କା ମଧ୍ୟରେ ରହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post