ରେଡ଼ିଓ ସ୍ଵୟଂ ଶକ୍ତି ତରଫରୁ ବିଶ୍ୱ ଶିଶୁ ଦିବସ ପାଳନ ଉପଲକ୍ଷେ ଭାବ ବିନିମୟ

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ରେଡ଼ିଓ ସ୍ବୟଂଶକ୍ତି ତରଫରୁ ଦୁଇ ଦିନ ଧରି ବିଶ୍ଵ ଶିଶୁ ଦିବସ ପାଳନ ରେଡ଼ିଓ ସ୍ବୟଂ ଶକ୍ତି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଶିଶୁ ମାନେ ନିଜେ ଯୋଡି ହୋଇ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ,ଶିଶୁମାନଙ୍କ ଅଧିକାର, ଉତ୍ତମ ଶିକ୍ଷା, ଅପପୃଷ୍ଟି, ଅପସାରଣ ତଥା ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମାନସିକ ଓ ଶାରୀରିକ ବୃଦ୍ଧି ପାଇଁ ଉତ୍ତମ ବାତାବରଣ କିପରି ସୃଷ୍ଟି ହୋଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମ ରେଡ଼ିଓ ସ୍ୱୟଂଶକ୍ତି ତରଫରୁ ଶ୍ରୀ ବିଶ୍ୱଜିତ ପାଢ଼ୀ,ପବିତ୍ର ମୋହନ ପ୍ରଧାନ,ଆଶୁତୋଷ ଧନପତି, ରାଜେଶ ହଂସ ଓ ଯୁଗଶ୍ୱର ଭୋଇ ପ୍ରମୁଖ କାର୍ଯକଳାପ ପରିଚାଳନା କରି ଥିବା ବେଳେ ଶିଶୁ ମାନଙ୍କ ମଧ୍ୟ ରେ ପ୍ରେମଶିଳା ବାଗ, ପ୍ରୀତିସୁଧା ମେହେର, ତନମେଶ ଯୋଶୀ, ପ୍ରସିଲ ମୁଣ୍ଡ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶିକ୍ଷାବିତ ସଂଯୁକ୍ତା ଯୋଶୀ, ପଦ୍ମାବତୀ ନାୟକ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରସଂଶା କରିଥିଲେ । ଶିଶୁ ମାନଙ୍କ ଏଭଳି ସଚେତନତା ଏବଂ ସେମାନଙ୍କ ବୈଧିକ ବିକାଶ ଦିଗରେ କାର୍ଯ୍ୟ କରିଥିବା ରୁ ରେଡ଼ିଓ ସ୍ବୟଂ ଶକ୍ତି ତାରଫରୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.