କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ :ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ବିଭିନ୍ନ ପଞ୍ଚାୟତ ରେ ବିଜୁ ସ୍ୱlସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲି ପ୍ରତ୍ୟେକ ପଞ୍ଚାୟତକୁ ଯାଇ ଶୁଭାରମ୍ଭ କରିଛନ୍ତି l ହିତାଧିକାରୀ ସିଧାସଳଖ ଏହି ଯୋଜନାରେ ଲାଭାନ୍ୱିତ ହେବେI ପୁରୁଷ ମାନଙ୍କ ସ୍ଵlସ୍ଥ୍ୟ ସେବା ପାଇଁ ପାଞ୍ଚ ଲକ୍ଷ ଥିବା ବେଳେ ମହିଳା ମାନଙ୍କୁ ତାର ଦୁଇଗୁଣ ଦଶ ଲକ୍ଷ ରହିଛି ବୋଲି ମତ ଦେଇଥିଲେ l କାଶୀପୁର ବ୍ଲକର ପୋଡାପାଡ଼ି ଗ୍ରାମ ପଞ୍ଚାୟତରେ ବିଧାୟକ ଶୁଭାରମ୍ଭ କରିବା ପରେ କାଶୀପୁର ବିଡ଼ିଓ ଶ୍ରୀ ଗୌର ଚନ୍ଦ୍ର ପଟନାୟକ, ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ରୁଆଇ ମାଝୀ, ଏବଂ ଯୋଗାଣ ସେବକ ପ୍ରମୋଦ ଜ଼ିଲ୍ଲାକାର, ଯୋଗାଣ ସହାୟକ ଦାମୋଦର ନାଏକ ସମସ୍ତ ପ୍ରଶାସନ ଉପସ୍ଥିତ ରହି ଯାହାର ରାସନ କାର୍ଡ ଅଛି ତାଙ୍କୁ ଲିଷ୍ଟ ଦେଖି ବଣ୍ଟନ କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହିତ ସାରିବା ପାଇଁ ମତ ଦେଇଥିଲେ | କିନ୍ତୁ ପଞ୍ଚାୟତ ବାସୀଙ୍କ ଅଭିଯୋଗ ଥିଲାକି ଯାହାର ଲିଷ୍ଟରେ ନାମ ନାହିଁ କିମ୍ବା ରାସନ କାର୍ଡ ନାହିଁ ସେମାନେ କଣ କରିବେ ? ବିଡ଼ିଓ ମହୋଦୟ ଉତ୍ତର ରଖିଥିଲେ କି ଯାହାର କାର୍ଡ ନାହିଁ ତାଙ୍କର ରାସନ କାର୍ଡ କରାଯାଇ କାର୍ଡ ହେଲାପରେ ପୁନର୍ବାର ଦିଆଯିବ | ଯେଉଁ ବୃଦ୍ଧ, ବୃଦ୍ଧା ମାନେ ଗ୍ରାମ ପଞ୍ଚାୟତକୁ ଆସିପାରୁ ନାହାନ୍ତି ତାଙ୍କୁ ଘରକୁ ପହଞ୍ଚIଇବା ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ କରିଥିଲେ I

Leave A Reply

Your email address will not be published.