ରନ୍ଧନ ଗ୍ୟାସ ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ସଭା

0

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ଅମିତ କୁମାର ସିଂ ଦେଓ ଙ୍କ ନେତୃତ୍ବରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଅଛି। ସଭାରେ ଛାତ୍ର ଜନତା ଦଳ ସଦସ୍ୟ ମାନେ ଯୋଗ ଦେଇ କେନ୍ଦ୍ର ସରକାର ମାଁ ଙ୍କ ଆଖିର ଲୁହ ପୋଛିବା ବଦଳରେ ବାପାଙ୍କ ପକେଟ ରୁ ଖର୍ଚ୍ଚାନ୍ତ କରିବା ଷଡଯନ୍ତ୍ର କରୁଛନ୍ତି ବୋଲି କର୍ମୀମାନେ ମତବ୍ୟକ୍ତି କରିଛନ୍ତି। ଦରଦାମ ବୃଦ୍ଧି ପ୍ରତ୍ୟେକ ପରିବାର ପ୍ରଭାବିତ ହୋଇଅଛି। ତୁରନ୍ତ ରନ୍ଧନ ଗ୍ୟାଶବ୍ଦରଦାମ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଲେଖିଥିବା ଦାବୀ ରନ୍ଧନ ଗ୍ୟାସ ରେ ୪୦୦ ଟଙ୍କା ହ୍ରାସ କରିବାକୁ ଦବୀ କରିଛନ୍ତି।

Leave A Reply

Your email address will not be published.