ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) – ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକର ଅହେତୁକ ଦର ଦାମ ବୃଦ୍ଧି ପ୍ରତିବାଦରେ ପାଟଣାଗଡ଼ ବିଜେଡି ପକ୍ଷରୁ ସ୍ଥାନୀୟ ଭୋଲାନାଥ କଲ୍ୟାଣ ମଣ୍ଡପରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଓ ବିଭିନ୍ନ ନାରାବାଜି ସ୍ଲୋଗାନ ଦେଇ ଶତାଧିକ ମହିଳା ଓ ପୁରୁଷ କର୍ମୀ ହାତରେ ପ୍ଲାକାର୍ଡ ଧରି ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ! ଏହି ପ୍ରତିବାଦ ସଭାରେ ପାଟଣାଗଡ଼ର ନଗର ବିଜେଡି ମହିଳା ଯୁବ ସଂଗଠିକା ସଭାନେତ୍ରୀ ବିତିସ୍ମିତା ମହାକୁର, ଯୁବ ସଭାପତି ପରେଶ ସାହୁ, ଛାତ୍ର ବିଜୁଜନତା ଦଳର ସଭାପତି ସୁକୁମାର ବାରିକ ଓରଫ ରିଙ୍କୁ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରଙ୍କ ଦରଦାମ୍ ବୃଦ୍ଧିକୁ ନିନ୍ଦା କରିବା ସହ କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଫେଲ ମାରିଛି ବୋଲି କହିଥିବା ବେଳେ ରନ୍ଧନ ଗ୍ୟାସର ଅହେତୁକ ମୁଲ୍ୟ ବୃଦ୍ଧିକୁ ନେଇ କଡା ସମାଲୋଚନା ମଧ୍ୟ କରିଥିଲେ । ଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପାଟଣାଗଡ଼ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରହରୀ ମହନ୍ତଙ୍କ ଅନୁପସ୍ଥିତି ହେତୁ ସହକାରୀ ଜିଲ୍ଲାପାଳ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଗଣଧାରଣା ଓ ବିକ୍ଷୋଭରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ମହିଳା ଦଳର ସବିତା ମେହେର, କସ୍ତୁରୀ ସେଠ, ସଂଯୁକ୍ତା ବନଗୁଲା, କନକ କୁମ୍ଭାର, ସୁଜାତା ପ୍ରଧାନ, ରିଙ୍କି ଦୀପ, ପଦ୍ମାମୁଣ୍ଡା, ଗଣ୍ଡାରାମ ବେହେରା, ବିରେନ୍ଦ୍ର ସେଠଙ୍କ ସମେତ ବିଜୁ ମହିଳା ଜନତା ଦଳର ବହୁ ମହିଳା କର୍ମୀ ସାମିଲ ହୋଇଥିଲେ!!
Sign in
Sign in
Recover your password.
A password will be e-mailed to you.