ବିଶିଷ୍ଟ କବି ତଥା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସେବା ନିବୃତ୍ତ ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ ପରଲୋକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନାଗାରମ୍ ପଲ୍ଲୀ ସାହି ବାସିନ୍ଦା , ବିଶିଷ୍ଟ କବି ତଥା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ସେବା ନିବୃତ୍ତ ଆଦର୍ଶ ଶିକ୍ଷକ ସତ୍ୟନାରାୟଣ ମହାନ୍ତିଙ୍କ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଦୁଃଖଦ ସମ୍ବାଦ ମିଳିବା ପରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ସମାଜର ସମ୍ପାଦକ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା।
ହିତୈଷିଣୀ ସମାଜର ସଭାପତି ଗୁରୁଗୌରବ ଗୌର ଚନ୍ଦ୍ର ପଣ୍ଡା , ଯୁଗ୍ମ ସମ୍ପାଦକ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ସଦସ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଯୋଗଦେଇ ସ୍ବର୍ଗତ କବିଙ୍କର ତିନୋଟି ଭାଷାର ସୃଜନ କବିତା ଗୁଡ଼ିକର ଆଲୋଚନା କରିଥିଲେ। ତାଙ୍କ ଜୀବନ କାଳରେ ଲେଖିଥିବା ପ୍ରାୟ ହଜାର ହଜାର କବିତା ଲେଖାର ସ୍ମୃତି ଚରଣ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ଏହି ଶୋକସଭାରେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଶ୍ରୀ ଭାରତ ଭୂଷଣ ମହାନ୍ତି , ଶ୍ରୀ ଜଗଦୀଶ ପ୍ରାସାଦ ମହାପାତ୍ର , ଶ୍ରୀ ହରିମୋହନ ପଟ୍ଟନାୟକ , ଶ୍ରୀ ସୁରେଶ ଦାଶ , ଶ୍ରୀ ପ୍ରତାପ ଦାଶ , ଶ୍ରୀ ବି.ବେହେରା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ କବି ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ସମର୍କରେ ଆଲୋଚନା କରିଥିଲେ।

Leave A Reply

Your email address will not be published.