ପୂର୍ତ୍ତ ବିଭାଗ କାର୍ଯ୍ୟ ସମୀକ୍ଷା: ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଭୁବନେଶ୍ୱର: ଇସ୍ପାତ, ଖଣି ତଥା ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଜି ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତିା ରାଜ୍ୟ ନିର୍ମାଣ ସୌଧ ସମ୍ମିଳନୀ କକ୍ଷଠାରେ ରାଜ୍ୟସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ପୂର୍ତ୍ତ ବିଭାଗ ଅଧୀନସ୍ଥ ବିଭିନ୍ନ ପ୍ରକଳ୍ପ ସଂପର୍କରେ ବିଶଦ ଭାବେ ଅବଗତ କରାଇଥିଲୋ
ମନ୍ତ୍ରୀ ଶ୍ରୀ ମଲ୍ଲିକ ଅଧିକାରୀମାନଙ୍କୁ ୫-“ଟି’ ଆଧାରରେ କାର୍ଯ୍ୟ କରି ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲୋ ଯେଉଁ ପ୍ରକଳ୍ପଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ବିଭିନ୍ନ କାରଣବଶତଃ ଅଟକି ରହିଛି ସେଗୁଡ଼ିକ ଉପରେ ଉଚିତ ଧ୍ୟାନ ଦେଇ ତାହାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ଶେଷ କରିବାକୁ କହିଥିଲୋ ଆଜିର ବୈଠକର ନିଷ୍କର୍ଷ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆସନ୍ତା ମାସ ସମୀକ୍ଷା ବୈଠକରେ ଆଲୋଚନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲୋ
ଏହି ସମୀକ୍ଷା ବୈଠକରେ ଇଂଜିନିୟର ଇନ୍ ଚିଫ୍ (ସିଭିଲ୍) ଶ୍ରୀ ଜିତେନ୍ଦ୍ର ପାଲ୍, ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର, ମୁଖ୍ୟଯନ୍ତ୍ରୀ (ରାସ୍ତା) ଶ୍ରୀ ତାରା ମିଶ୍ର, ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି) ଶ୍ରୀ ଗୌରାଙ୍ଗ ସାହୁ, ବିଶ୍ୱବ୍ୟାଙ୍କ ମୁଖ୍ୟଯନ୍ତ୍ରୀ ଶ୍ରୀ ରାମକୃଷ୍ଣ ମହାରଣା ପ୍ରମୁଖ ଏହି ସମୀକ୍ଷ ବୈଠକରେ ଉପସ୍ଥିତ ଥିବାବେଳେ ସମସ୍ତ ଜିଲ୍ଲାର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ତଥା ନିର୍ବାହୀ ଯନ୍ତ୍ରୀମାନେ ଆଭାସୀ ମାଧ୍ୟମରେ ଏହି ବୈଠକରେ ଯୋଗଦେଇ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା କରିଥିଲୋ

Leave A Reply

Your email address will not be published.