ଶିଶୁ ଅଧିକାର ପ୍ରଚାର ରଥକୁ ଗଜପତିରେ ବିପୁଳ ସମ୍ବର୍ଦ୍ଧନା

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ଶିଶୁ ଅଧିକାର ପ୍ରଚାର ରଥକୁ ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହି ଅବସରରେ ପାରଳାଖେମୁଣ୍ଡି ଠାରେ ଏକ ଜନସଭା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଶିଶୁ ସୁରକ୍ଷା ଦାୟିତ୍ୱରେ ଥିବା ବିଭିନ୍ନ ଅନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରତିପାଦନ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉଳ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , କିଶୋର ନ୍ୟାୟ ବୋର୍ଡର ସଭ୍ୟ ଶ୍ରୀଯୁକ୍ତ ବୈରାଗୀ ପାତ୍ର , ପ୍ରେମ୍ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗଦେଇ ଗଜପତିରେ ଶିଶୁ ସୁରକ୍ଷାର ଆବଶ୍ୟକତା କେତେ ଗୁରୁତ୍ୱପୂର୍ଣ୍ଣ ତାହାରି ଉପରେ ଆଲୋଚନା କରିଥିଲେ।
ଏହି ଜନସଭାରେ ପାରଳାଖେମୁଣ୍ଡିର କଲେଜ ଛାତ୍ର ଛାତ୍ରୀ , ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନେ ଏବଂ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଏକ୍ସନ ଏଡ଼ ର ଜିଲ୍ଲା ପ୍ରତିନିଧି ବିକାଶ ମେହେର ଧନ୍ୟବାଦ ଦେଇଥିଲେ।
ଏହାପରେ ଶିଶୁ ଅଧିକାର ପ୍ରଚାର ରଥ ସିଧାମଡ଼ଙ୍ଗ , ସିଆଳି ଏବଂ ଅଲଡା ଗ୍ରାମକୁ ଯାଇ ଏହାର ଉଦ୍ଦେଶ୍ୟ ଉପରେ ଆଲୋଚନା କରିବା ସହ ଉପସ୍ଥିତ ମା ଏବଂ ଶିଶୁ ମାନଙ୍କୁ ଶିଶୁ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ସିଆଳି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲଳିତା ପାଣୀ ଏବଂ ମହିଳା ସୁପରଭାଇଜର ଶ୍ରୀମତୀ ଇନ୍ଦିରା ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।
ଉପରୋକ୍ତ ପ୍ରତ୍ୟେକ କାର୍ଯ୍ୟକୁ ଶିଶୁ ସୁରକ୍ଷା ୟୁନିଟ୍ , ଚାଇଲଡଲାଇନ୍ , ପ୍ରେମ୍ , ଏକ୍ସନ ଏଡ଼ , ଶିଶୁ ଯତ୍ନ ଅନୁଷ୍ଠାନ , ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା ପରିଚାଳନା କରିଥିଲେ।

Leave A Reply

Your email address will not be published.