ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମ ମହୋତ୍ସବ ପାଳିତ।

0

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଥିବା ସତ୍ୟସାଇ ବାବାଙ୍କ ମନ୍ଦିରରେ ଆଜି ବାବାଙ୍କ ୯୬ ତମ ଜନ୍ମ ମହୋତ୍ସବ ପାଳନ କରାଯାଇଛି ।ଏଥିରେ କନମିନାର ସାଙ୍ଗମ ନୀଳକଣ୍ଠ ଙ୍କ ତତ୍ତ୍ୱାବଧାନରେ ସମସ୍ତ ସତ୍ୟସାଇ ଭକ୍ତ ଉପସ୍ଥିତ ରେ ପତାକା ଉତ୍ତୋଳନ କରିଥିଲେ ।ସକାଳୁ ଓ ସନ୍ଧ୍ୟାରେ ସାଇଙ୍କ ଭଜନ କୀର୍ତ୍ତନ କରିଥିଲେ ।ଏ ଅବସରରେ ସାତ୍ୟସାଇ କମିଟି ତରଫରୁ ୯୬ଟି ଶୀତଳ ବସ୍ତ୍ର ଗରିବ ଲୋକଙ୍କୁ ବଣ୍ଟନ କରିବା ସହ ଅର୍ଣ୍ଣ ପ୍ରସାଦ ବଣ୍ଟନ କରିଥିଲେ।ଏଥିରେ ଗ୍ରାମବାସୀ ଓ ସତ୍ୟ ସାଇ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.