କଲ୍ୟାଣସିଂହପୁର: ପ୍ରଦିପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମନରେଗା ରେ ଦୁର୍ନୀତି ଓ ଧମକ କୁ ନେଇ ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ପକ୍ଷରୁ ବ୍ଲକ ଓ ଥାନାରେ ଲିଖିତ ଅଭିଯୋଗ ।ଆଜି ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ଅଧକ୍ଷ କରୁଣାକର ଟାକିରିଙ୍କ ତତ୍ତ୍ୱାବଧାନରେ ସଂଘର ସମସ୍ତ କର୍ମକର୍ତ୍ତା ଗୁଣ୍ଡିଚା ମନ୍ଦିର ନିକଟରେ ଉପସ୍ଥିତ ରହି ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ଥାନା କୁ ଯାଇ ଲିଖିତ ପତ୍ର ପ୍ରଦାନ କରିଥିଲେ । ଥାନା ଅଧିକାରୀ ସୁକୁମା ହାଂସୁଦ ଙ୍କ ଅନୁପସ୍ଥିତିରେ ଏ ଏସ ଆଇ ଖଗପତି ହଲୁଆ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।ଏହାପରେ ବ୍ଲକ ଯାଇ ବିଡ଼ିଓ ସୁଧାକର ରଇତ ଙ୍କୁ ଲିଖିତ ପତ୍ର ପ୍ରଦାନ କରିବା ବେଳେ ତିନି ଦିନ ପରେ ଗ୍ରହଣ କରିବି ବୋଲି କହିଥିବା ଓଡିଶା ୱେଲଫର ଆସୋସିଏସନର ଅଧକ୍ଷ କହିଥିଲେ ।ଉକ୍ତ ପତ୍ରରେ ମନରେଗା ଆଇନ ଧାରା ୨୦୦୫ ଅନୁସାରେ ଗ୍ରାମାଞ୍ଚଳରେ ବାଶ୍ଵାସକରୁଥିବା ଗରିବ, ଅଶିକ୍ଷିତ, ଜବକାର୍ଡ ଅନକୁସଲି ଶ୍ରମିକମାନେ୧୦୦ ଦିନର କର୍ମ ନିଯୁକ୍ତି ପାଇବା ପାଇଁ ସରକାର ନିଶ୍ଚିତ କର୍ମ ନିଯୁକ୍ତି ପ୍ରତିଶୃତି ଦେଇଛନ୍ତି । ବୁଡ଼ାଗୁଡା, ସୁନଖଣ୍ଡି, ପଲମା, ନାରାୟଣପୁର ଓ ସେରିଗୁମ୍ମା ପଞ୍ଚାୟତର ଶହ ଶହ ସଂଖ୍ୟାର ଶ୍ରମିକ ମାନେ ଦାବି କରିଛନ୍ତି ।ପ୍ରାୟ ୬ ମାସ ବିତିଗଲାଣି କିନ୍ତୁ କାମ ପାଇପାରୁନାହାନ୍ତି ।ଯାହା ଫଳରେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।ମନରେଗା ରେ ଅଶିକ୍ଷିତ ଶ୍ରମିକ ଙ୍କ ନାମରେ ମିଛ ମାଷ୍ଟର ରୋଲ ବାହାର କରି ଲକ୍ଷ ଲକ୍ଷ ଟଙ୍କା ହଡପ କରି ଚାଲିଛନ୍ତି ।ସେରିଗୁମ୍ମା ରେ ମନରେଗା କାମ ଚାଲିଛି ।ସେଥିରେ ଲୋକଙ୍କୁ ନିଯୁକ୍ତି ନ ଦେଇ ଜେସିବି ଓ ଟ୍ରାକ୍ଟର ରେ କାମ କରୁଛନ୍ତି ।ଏହାକୁ ନେଇ ଅନୁଷ୍ଠାନର କର୍ମଚାରୀ ଠିକାଦାର ଙ୍କୁ ଅଧିକାର ଓ କର୍ତ୍ତବ୍ୟ ସମ୍ୱନ୍ଧରେ କହିବା ବେଳେ ତାଙ୍କୁ ଧମକ ଚମକ ଦେଇ ଜୀବନରେ ମାରିଦେବା ପାଈଁ ଚେତାବନୀ ଦେଇଛନ୍ତି ।୨୦୨୦ /୨୧ ଆଥିକ ବର୍ଷରେ କୌଣସି ଶ୍ରମିକ କାମ ଦାବି କରିନାହାନ୍ତି ।ଜାଲ ଡିମାଣ୍ଡ କରି ଶ୍ରମିକଙ୍କ ଟଙ୍କା ଉଠାଇ ନେଇଛନ୍ତି । ମୁଖ୍ୟମନ୍ତ୍ରୀ କରୋନା ସମୟରେ କର୍ମ ଜୀବିକା ହରାଇ ଥିବା ମନରେଗା ଶ୍ରମିକଙ୍କୁ୧୦୦ ଦିନର କାମ ପାଇଥିବା ହେତୁ ଅତିତିକ୍ତ ୫୦ ଟଙ୍କା ମଜୁରୀ ଦେଇଛନ୍ତି ତାହା ଶ୍ରମିକ ମାନେ କେବେ ପାଇବେ ।ଏହି ପରି ଅଶିକ୍ଷିତ, ଗରିବ, ଖଟି ଖିଆ ଶ୍ରମିକମାନଙ୍କୁ ଅନ୍ୟାୟ ଅତ୍ୟାଚାର କରାଯାଏ ତେବେ ଶ୍ରମିକ ଆନ୍ଦୋଳନ କରାଯିବ ବୋଲି ଉଲ୍ଲେଖ କରିଛନ୍ତି ।ଏଥିରେ ପଞ୍ଚାୟତ ସଂଯୋଜକ ବିଜୟ ମହାନନ୍ଦିଆ,ବ୍ଲକ ସଂଯୋଜକ ହରିହର ହିକକା,ପାଣ୍ଡବ ହିକକା,ପରମେଶ୍ୱର ପିଡ଼ିସିକା, କମଲ ରାନା ,ବିଷମ କଟକ ବ୍ଲକସଂଯୋଜକଜିତେନ୍ଦ୍ର କୌଶଲ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post