କଲ୍ୟାଣସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ପ୍ରଶାସନ ପକ୍ଷରୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଆଦିବାସୀ ହରିଜନ ର ଉପଦେଷ୍ଟା ତଥା ସୁନ୍ଦରଗଡ ର ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ବିନୟ କୁମାର ଟପୋ ଯୋଗଦେଇଥିବା ବେଳେ ବ୍ଲକ ଅଧକ୍ଷ ଯୋଗେନ୍ଦ୍ର ୱାଡକା, ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ରାଜ୍ୟସଭା ସାଂସଦ ପ୍ରତିନିଧି ଗେଦାଲି ଶ୍ରୀନିବାସ ରାଓ, ସମିତିସଭ୍ୟ ଭୀମସେନ ବାଗ, ଜିଲାପରିଷଦ ସଭ୍ୟ ନିର୍ମଳା କାଡ୍ର।କା, ପୂର୍ବତନ ଉପାଧ୍ୟକ୍ଷା ଭି ୱାରା ପ୍ରସାଦ ରାଓ, ବିଡ଼ିଓ ସୁଧାକର ରଇତ,ଏ ବିଡ଼ିଓ ବଳରାମ ପାତ୍ର,ଜିଲା ପଞ୍ଚାୟତ ଅଧିକାରୀ ରାମକୃଷ୍ଣ ଗଣ୍ଡ, ସିକରପାଇ ସମିତି ସଭ୍ୟ ଗୋପାଳଚେଟି ଜ୍ୟାତି, ଅତିରିକ୍ତ ତହସିଲଦାର ଗଣେଶ ଦଳେଇ, ଥାନା ଅଧିକାରୀ ସୁକୁମା ହଂସୁଦା, ଶିଶୁ ବିକାଶ ଅଧିକାରୀ ନଳିନୀ ବୈରାଗୀ ପ୍ରମୁଖ ମଞ୍ଚାସିନ ରହିଥିଲେ ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନସ ମାଧ୍ୟମରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା
ସ୍ମାର୍ଟ କାର୍ଡ ବଣ୍ଟନର ଶୁଭ ଉଦଘାଟନ କରିଥିଲେ ।ଏହାପରେ ଦୁର୍ଗମ ନିୟମଗିରି ପାହାଡ ରେ ବସବାସ କରୁଥିବା ପାର୍ଷାଲି ପଞ୍ଚାୟତ ର ୪୩ ଜଣ ଡଙ୍ଗରିଆଙ୍କୁ ଓ ସଦର ପଞ୍ଚାୟତର ୪୦ ଜଣ,ସିକରପାଇ ୪୦ ଜଣ ଓ ବୁଡ଼ାଗୁଡା ୪୮ ଜଣ ମୋଟ୧୭୧ଜଣ ଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯାଇଛି ।ଉକ୍ତ ବ୍ଲକରେ ୧୮ହଜାର ୧୧ଟି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି ଜଣାପଡିଛି।ଏଥିରେ ବ୍ଲକ , ଗ୍ରାମବାସୀ ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ରହିଥିଲେ ।ଏ ହାକୁ ବିପିଏମ କଳ୍ପତରୁ ବେହେରା ,ମାର୍କେଟ ଇନିସ୍ପେକ୍ଟର ସତ୍ୟନାରାୟଣ ଭୋଇ ସମ୍ପୂର୍ଣ ସହଯୋଗ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post