ଜୟ ମାଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ନୂଆପଡ଼ାରୁ ଯଶୋବନ୍ତ କୁମାର:  ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଗ୍ରାମଠାରେ ଜୟ ମାଁ ବଲସଘରିଏନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି। ଉଦଯାପିତ ଖେଳରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଗ୍ରାମଞ୍ଚଳରେ ଫୁଟବଲ ଚାହିଦା ବୃଦ୍ଧି ପାଇଁ ପଦକ୍ଷେପ ପାଇଁ ଅନେକ ପଦକ୍ଷେପ ନିଆଯିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ବାସନ୍ତୀ ପ୍ରଭା ମାଝୀ, ବିଜେଡି ସମ୍ପାଦକ ଦିନେଶ ତିୱାରୀ,ମଝିଆ ମାଝୀ, ଭୁବନେଶ୍ୱର ରାଉତ,ସିତରାମ ଦଣ୍ଡସେନା ସହ ବଳରାମ ସରାଫ, ବୁଣ୍ଟି ଛାତ୍ରୀଆ, ଦୀପକ, ହିମାଂଶୁ, ଉଦଘୋଷକ ମହେନ୍ଦ୍ର ବାଗ,ମନୋଜ ଖମାରୀ, ପ୍ରକାଶ ପତ୍ର ପ୍ରମୁଖ ସହଯୋଗ ରେ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଅଛି। ଫାଇନଲ ଖେଳ ଖଇରା ଏବଂ ଭୋଜପୁର ମଧ୍ୟରେ ହୋଇଥିଲା। ୦-୩ ରେ ଭୋଜପୁର ଚମ୍ପିଆନ ହୋଇଅଛି।

Leave A Reply

Your email address will not be published.