ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : “ଚାଇଲଡ ଲାଇନ ସହ ବନ୍ଧୁତା”ର ସମାପନ ଦିବସରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ଚାଇଲଡ ଲାଇନ ଗଜପତି ଦ୍ୱାରା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକଠାରେ ଏକ ଦସ୍ତଖତ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ ” ଚାଇଲ୍ଡଲାଇନ ସେ ଦୋସ୍ତି ” ବିଷୟରେ ସଚେତନତା କରାଯାଇଥିଲା।
ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଏବଂ ଅଳକା ସାହୁଙ୍କ ଦ୍ବାରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ତ୍ୱତ୍ ସଙ୍ଗେ ପୂର୍ବତନ CWCର ଅଧ୍ୟକ୍ଷ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଉପସ୍ଥିତ ଥିଲେ।
“ପ୍ରତ୍ୟେକ ଶିଶୁ ଗୁରୁତ୍ୱ ପୂର୍ଣ୍ଣ ଓ ପ୍ରତ୍ୟେକ ମୁହୂର୍ତ୍ତ ସହ ଶୈଶବଳା ମଧ୍ୟ ମହତ୍ତ୍ୱ ପୂର୍ଣ୍ଣ” ଯଦି ଆମେ ଆମର ଶିଶୁ ମାନଙ୍କ ପ୍ରତି ଦାୟିତ୍ୱପୂର୍ଣ୍ଣ ହେବା ତେବେ ଆମର ବର୍ତ୍ତମାନ , ଭବିଷ୍ୟତ , ବିଶ୍ୱାସ , ସଂସ୍କୃତି ସହ ସଭ୍ୟତାକୁ ଉର୍ଦ୍ଧ୍ବଗାମୀ କରିପାରିବା। ଏହି ପରିପ୍ରେକ୍ଷୀରେ “ଚାଇଲ୍ଡଲାଇନ୍ ସେ ଦୋସ୍ତି ” ସପ୍ତାହ ବ୍ୟାପି ଉତ୍ସବ ଶିଶୁ ଦିବସ ଠାରୁ ଆରମ୍ଭ ହୋଇ ଏକ ସପ୍ତାହ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ କରାଯାଇଥାଏ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଜନସାମୂହଙ୍କୁ ଜିଲ୍ଲାର ଶିଶୁ ଶ୍ରମିକ ଏବଂ ବାଲ୍ୟ ବିବାହ ବନ୍ଦ କରିବା ପ୍ରୟାସରେ ଦସ୍ତଖତ ଅଭିଯାନ ମାଧ୍ୟମରେ ସଚେତନତା କରାଯାଇଥିଲ। ଏହି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ଚାଇଲଡ ଲାଇନର ସଦସ୍ୟ ରବୀନ୍ଦ୍ର କୁମାର ପଣ୍ଡା ଏବଂ ଭେଙ୍କଟେଶ ସେନାପତି, ଟି. ସୁରେଶ କୁମାର , ଗଙ୍ଗାବଡରାଜୁ ଶବର , ଭି ମୁରଲୀ , କେ. ତପସ୍ୱିନୀ ନାୟକ ଓ ବୋମାଲୀ ସୌଜନ୍ୟା ଜନସାଧାରଣଙ୍କୁ ଚାଇଲଡ ଲାଇନର ପତ୍ରିକା ବଣ୍ଟନ ସହ ଦସ୍ତଖତ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.