ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣର ସଚେତନତା ପାଇଁ ରାଲି

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ନୂତନ ଭୋଟରଙ୍କ ନାମ ପଞ୍ଜିକରଣର ସଚେତନତା ପାଇଁ ଏକ ରାଲିର ଆୟୋଜନ କରାଯାଇଥିଲା।
ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେଟର ଶ୍ରୀ ରାଜେନ୍ଦ୍ର ଭୂୟାଁ ଏବଂ ମହାବିଦ୍ୟାଳୟର ଅଧ୍ଯକ୍ଷା ରୀନା ସାହୁ ମିଳିତ ଭାବେ ଏହାର ଶୁଭାରମ୍ଭ କରିଥିଲେ।
ମହାବିଦ୍ୟାଳୟର ଛାତ୍ରୀମାନେ ହାତରେ ପ୍ଲାକାର୍ଡ ଧରି ଭୋଟର ସଚେତନତା ପାଇଁ ବିଭିନ୍ନ ସ୍ଲୋଗାନ ଉଚ୍ଚାରଣ କରି ମହିଳା ମହାବିଦ୍ୟାଳୟ ପରିସରରୁ ବାହାରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତା ଦେଇ ନଗର ପରିକ୍ରମା କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଏନ୍ ଏସ୍ ଏସ୍ ଅଧିକାରୀ ଡ଼. ଭରତୀ ପାଣିଗ୍ରାହୀ ଓ ରେଡକ୍ରସ୍ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ପରିଚାଳନା କରିଥିଲେ। ଏହି ରାଲିରେ ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ , ଶ୍ରୀମତୀ ସି.ଏଚ୍ ନିର୍ମଳା , ଏଲ୍ . ଦୁର୍ଯ୍ୟୋଧନ , ରଞ୍ଜିତା କୁମାର ପଟ୍ଟନାୟକ , ଲାଲି ଖଡଗରାୟ , କେ.ଦୁର୍ଯ୍ୟୋଧନ , ଏଲ୍ ଅଶୋକ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.