ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଧର୍ମର ମାସ କାର୍ତ୍ତିକ ମାସ। ଏହି ପବିତ୍ର ମାସରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ଗ୍ରାମରେ ଅଷ୍ଟପ୍ରହରୀ ସଙ୍ଗେ ସଙ୍ଗେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର କାରଣ ସାହି ସ୍ଥିତ ଶ୍ରୀ ତ୍ରିନାଥ ମନ୍ଦିର ପରିସରରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା।
ଏଥିରେ ପାରଳାଖେମୁଣ୍ଡିର ସଂକୀର୍ତ୍ତନ ଗୁରୁ ରମେଶ ପଟ୍ଟନାୟକ , ବୀରକିଶୋର ପଟ୍ଟନାୟକ ଓ ସାଥିଙ୍କ ସଂକୀର୍ତ୍ତନ ମଣ୍ଡଳୀ ସମେତ ବହୁ ଭକ୍ତ ଯୋଗ ଦେଇ ” ଶ୍ରୀ କୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ହରେକୃଷ୍ଣ ହରେ ରାମ ଶ୍ରୀରାଧେ ଗୋବିନ୍ଦ” ନାମ ସଂକୀର୍ତ୍ତନ କରିଥିଲେ।

ଏହି ନାମ ସଂକୀର୍ତ୍ତନକୁ ସନ୍ତୋଷ କୁମାର ପଟ୍ଟନାୟକ , ବିଶ୍ଵନାଥ ପଟ୍ଟନାୟକ , ସୋନୁ ପଟ୍ଟନାୟକ , ମନୋରଞ୍ଜନ ପଟ୍ଟନାୟକ , ଅମୂଲ୍ୟ ପାତ୍ର , ରାଜକିଶୋର ପଟ୍ଟନାୟକ , ଜମିଦାର ପଟ୍ଟନାୟକ , ରାମଶଙ୍କର ପଟ୍ଟନାୟକ , ଆଶିଷ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

Leave A Reply

Your email address will not be published.