“ମୁକ୍ତା” ଯୋଜନାରେ ରାୟଗଡ ସହରାଂଚଳର ବିକାଶ ନିମନ୍ତେ ୮୪ ଗୋଟି ପ୍ରକଳ୍ପ

0

୧୦ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର

ରାୟଗଡ (ସରୋଜ କୁମାର ସାହୁ) ରାୟଗଡ ସହରାଂଚଳର ବିକାଶ ନିମନ୍ତେ “ମୁକ୍ତା” ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୪ ଗୋଟି ପ୍ରକଳ୍ପ ପାଇଁ ୧୦ କୋଟି ୫୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପରିପ୍ରେକ୍ଷିରେ ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଅନିସୂଚୀତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରାକା ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶ. ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇନ୍ତି । ରାୟଗଡ ସହରାଂଚଳର ବିକାଶ ପାଇଁ ଅନୁମୋଦନ କରାଯାଇଥିବା ୮୪ ଗୋଟି ପ୍ରକଳ୍ପ ଗୁଡିକ ହେଲା, ୧୦ ଗୋଟି କ୍ଷୁଦ୍ର ଉଦ୍ୟାନ ପାଇଁ ୧ କୋଟି ୧୮ ଲକ୍ଷ ଟଙ୍କା, ୮ ଗୋଟି ପବ୍ଲିକ ଜିମ ସକାଶେ ୮୦ ଲକ୍ଷ ଟଙ୍କା, ୪ ଗୋଟି ଶିଶୁ କ୍ରୀଡା ଉଦ୍ୟାନ ପାଇଁ ୩୦ ଲକ୍ଷ ଟଙ୍କା, ୧୩ ଗୋଟି ଚାଲିବା ରାସ୍ତା ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା, ୩ ଗୋଟି ଖେଳ ପଡିଆ ପାଇଁ ୩୬ ଲକ୍ଷ ଟଙ୍କା, ୫ ଗୋଟି ରାସ୍ତା କଡ ବିକ୍ରୟ ସ୍ଥଳୀ ପାଇଁ ୫୫ ଲକ୍ଷ ଟଙ୍କା, ୧୨ ଗୋଟି ରାସ୍ତା ଏବଂ ଡ୍ରେନ ପାଇଁ ୧ କୋଟି ୯୩ ଲକ୍ଷ ଟଙ୍କା ଓ ୨୯ ଗୋଟି ରାସ୍ତା ପାଇଁ ୩ କୋଟି ୯୪ ଲକ୍ଷ ଟଙ୍କା ସମୁଦାୟ ୮୪ ଗୋଟି ପ୍ରକଳ୍ପ ପାଇଁ ସରକାର ୧୦ କୋଟି ୫୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି । ଏହି ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ଶ୍ରୀ ସୁଧିର ଦାସ, ବିଜୁ ମହିଳା ଜିଲ୍ଲା ସଭାପତି ଶ୍ରୀମତୀ ଅନୁସୁୟା ମାଝୀ, ବିଜୁ ଜନତା ଦଳର ବରିଷ୍ଠ ନେତା ଆଇନଜୀବୀ ଶ୍ରୀ ବ୍ରଜସୁନ୍ଦର ନାୟକ, ବରିଷ୍ଠ ମହିଳା ନେତ୍ରୀ ଶ୍ରୀମତୀ ସୁଜାତା ପାଳ ଓ ବିଜୁ ଯୁବ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ଶ୍ରୀ ଦେବାଶିଷ ଖାଡାଙ୍ଗା ପ୍ରମୂଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.