ବଲାଙ୍ଗୀର/ନିରୋଜ ମିଶ୍ର: – ପୋଲିସ ର ନିଷ୍କ୍ରିୟତା ଯୋଗୁଁ ବଲାଙ୍ଗୀର ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ଅନେକ ନିଶାସକ୍ତ ଯୁବକ ମାରଣାସ୍ତ୍ର ଧରି ସହରରେ ଘୁରି ବୁଲୁଥିବା ବେଳେ ପୋଲିସ ନୀରବ । ଇତି ମଧ୍ୟରେ ଟାଇଗର ଗ୍ରୁପ ନାମରେ କିଛି ଯୁବକ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ସୋସିଆଲ ମିଡିଆରେ ଏହି ମେସେଜ ଘୁରି ବୁଲିଲା । ପୋଲିସ ର ଆକ୍ସନ ଏବଂ ରିଏକ୍ସନ୍ ଖୋଜିବାରେ ସୀମିତ ହେଲା । ପୋଲିସ ର ଅପାରଗତା ଯୋଗୁଁ ଅପରାଧୀ ମାନେ ଆଉ କାହାକୁ ଖାତିର କରୁ ନ ଥିବା ଦେଖିବାକୁ ମିଳୁଛି ।
ସୂଚନା ଅନୁଯାୟୀ ଗତ ରାତ୍ରୀରେ ରିଲାଏନ୍ସ ଏଯୁକେଶନ କମ୍ପ୍ଲେକ୍ସ ର କେନ୍ଦ୍ରାଧ୍ୟକ୍ଷ ମନୋଜ କୁମାର ମିଶ୍ର ରାତି ରେ ନିଜ ହାତିସାଲ ପଡ଼ା ଘରକୁ ଫେରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ପାଇଁ ଉଦ୍ଦ୍ୟତ ହେଉଥିଲେ ।ସେ କୌଣସି ମତେ ନିଜକୁ ବଞ୍ଚାଇ ପୋଲିସ କୁ ଖବର ଦେଇଥିଲେ । ଘଟଣାସ୍ଥଳ କୁ ପୋଲିସ ଆସି ପ୍ରଥମେ ସେମାନଙ୍କୁ କାବୁ କରିବା ପାଇଁ ଚେଷ୍ଟା କରିଥିଲା ।କିନ୍ତୁ ପର୍ଯ୍ୟାପ୍ତ ପରିମାଣ ର ପୋଲିସ ବଳ ପି ସି ଆର ଭେନ ରେ ନ ଥିବାରୁ ଜଣେ ଦୁର୍ବୃତ୍ତ ଅଭି ହାତୀ ଘଟଣାସ୍ଥଳ ରେ ଖଣ୍ଡା ଛାଡ଼ି ଖସି ପଳାଇ ଥିଲା ।ଅନ୍ୟ ଦୁର୍ବୃତ୍ତ ଆକାଶ ନାଏକ ପି ସି ଆର ଭ୍ୟାନ କୁ ମାରଣାସ୍ତ୍ର ଦ୍ଵାରା ଆକ୍ରମଣ କରୁଥିବା ସମୟରେ ଖଣ୍ଡା ଟି ତା ହାତରୁ ଖସି ପଡିଥିଲା ଓ ସେ ସେହି ଠାରୁ ନିଜ ଘରକୁ ଦଉଡ଼ି ପଲାଇଥିଲା। କିଛି ସମୟ ପରେ ପୋଲିସ ଆସି ଆକାଶ କୁ ତା ଘରୁ ଉଠାଇ ନେଇ ଥିଲା । ପୋଲିସ କ୍ରିମିନାଲ ଅଫେନ୍ସ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଛି ।
Sign in
Sign in
Recover your password.
A password will be e-mailed to you.