ମହିଳାଙ୍କୁ କଟୁରୀ ଦେଖାଇ ୭୩ ହଜାର ଟଙ୍କା ଝାମ୍ପିନେଲା ଦୁର୍ବୃତ୍ତ

0

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) :ଓଡ଼ଗାଁ ଥାନା ଓଡ଼ଗାଁ-ଦରପଦା ରୋଡରେ ଭାରତ ଫାଇନାନ୍ସର ମର୍ଚ୍ଚାଣ୍ଟ ଭାବେ କାର୍ଯ୍ୟରତ ପ୍ରଭାସିନୀ ସାହୁ(୩୫)ଙ୍କ ଠାରୁ କେହି ଦୁବୃର୍ତ୍ତ କଟୁରୀ ଦେଖାଇ ଭୟଭିତ କରି ମନିପର୍ଷ ସହିତ ୭୨ ହଜାର ୬ଶହ ଟଙ୍କା ଲୁଟ୍ କରିନେଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ଓଡ଼ଗାଁ ଥାନା ଅଞ୍ଚଳରେ ଲୁଟେରାଙ୍କ ପ୍ରାଦୁର୍ଭାବ କମିବାର ନାଁ ଧରୁନଥିବା ବେଳେ ପୋଲିସଙ୍କୁ ଚାଲେଞ୍ଜ ଦେଇ ଆଜି ଅପରାହ୍ନ ୨.୩୦ ବେଳେ ରଙ୍ଗଣୀପାଟଣା ଗ୍ରାମ ପ୍ରଭାସୀନୀ ସାହୁଙ୍କ ଠାରୁ ପୁଣି ଦୁବୃର୍ତ୍ତ ମାନେ ୭୨ ହଜାର ୬ଶହ ଟଙ୍କା ଲୁଟି ନେଇଛନ୍ତି । ପ୍ରଭାସିନୀ ବିଭିନ୍ନ ବ୍ୟାଙ୍କରୁ ୧ଲକ୍ଷ ୨୦ ହଜାର ଟଙ୍କା ଉଠାଣ କରି ବାଉଁଶଗାଡିଆରେ ମହିଳା ଗୃପର ୪ ଜଣ ମହିଳା ମେମ୍ବର ମାନଙ୍କୁ ଯଥାକ୍ରମେ ୨୯ ହଜାର, ୨୦ ହଜାର ଏବଂ ଅନ୍ୟ ୨ ଜଣଙ୍କୁ ୬ ହଜାର ୭ଶହ ମୋଟ ୬୨ ହଜାର ୪ଶହ ଟଙ୍କା ପ୍ରଦାନ କରି ବଳକା ୫୭ ହଜାର ୬ଶହ ଓ ନିଜ ପାଖରେ ଥିବା ୧୫ ହଜାର ମୋଟ ୭୨ହଜାର ୬ଶହ ଟଙ୍କା ଧରି ଓଡ଼ଗାଁ ଫେରୁଥିଲେ । ଏହି ସମୟରେ ବାଉଁଶଗାଡିଆ-ଓଡଗାଁ ରାସ୍ତା କୁସୁମୀ ନଦୀ ବ୍ରିଜର କିଛି ଦୁର ନିଛାଟିଆ ସ୍ଥାନରେ କଳା ରେନକୋର୍ଟ ପିନ୍ଧି ଗୋଟିଏ କଳା ଟୁ-ହୁଇଲରରେ ଆସି ଗାଡ଼ି ଆଗରେ ଜଗି ଅଟକାଇ ଥିଲେ । କଟୁରୀରେ ଭୟଭିତ କରିବା ସହିତ ସ୍କୁଟିରୁ ଚାବି ନେଇ ଡିକି ଖୋଲି ଭ୍ୟାନ ସହିତ ଟଙ୍କା, ବାୟୋମେଟ୍ରିକ ମେସିନ, ପାନକାର୍ଡ, ଡେବିଟ ଟିକାର୍ଡ, ଏଟିଏମ୍ ସହିତ ରୁଣ ମଞ୍ଜୁର ହୋଇଥିବା କିଛି ମହିଳାଙ୍କର ଭୋଟର କାର୍ଡ ଗୁଡ଼ିକୁ ନେଇ ଦ୍ରୁତ ଗତିରେ ଓଡ଼ଗାଁ ଅଭିମୁଖେ ଚାଲି ଯାଇଥିଲା ।

Leave A Reply

Your email address will not be published.