ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଠାରେ ଆଜି ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଦ୍ୟାବଧି ମିଳିଥିବା ରିପୋର୍ଟ ଅନୁସାରେ ଭେଙ୍ଗରାଜପୁର ଗ୍ରାମପଞ୍ଚାୟତ ଝେଙ୍ଗନାଦିହି ଗ୍ରାମର ତିନି ଜଣ ଯୁବକ ଏକ ବାଇକ ରେ ଯାଉଥିବା ସମୟରେ ପାଇକମାଲ ଯମୁନା କନ୍ଧୁଣି ସ୍କୁଲ ପାଖରେ ଦୁର୍ଘଟଣାର ଶିକାର ହୋଇ ଘଟଣା ସ୍ଥଳରେ ଦୁଇ ଯୁବକ ଙ୍କର ଜୀବନ ଚାଲି ଯାଇଥିବା ବେଳେ ଜଣେ ଆହତ ହୋଇଥିଲେ । ମୃତକ ମାନେ ହେଲେ ପ୍ରତାପ ପରିଡା ଓ ଚିଣ୍ଟୁ ମାଝୀ | ଖବର ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ ପହଞ୍ଚି ମୃତକ ମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଓ ଆହତ ଙ୍କୁ ଉପଚାର ପାଇଁ ପଠାଇ ଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଏହି ବିଜୁ ଏକ୍ସପ୍ରେସ ୱେ ରେ ବାରମ୍ବାର ଦୁର୍ଘଟଣା ଘଟିବା କାରଣରୁ ସ୍ଥାନୀୟ ଅଞ୍ଚଳର ଲୋକେ ବାରମ୍ବାର ବିଭାଗୀୟ ଅଧିକାରୀ ମାନଙ୍କୁ ଡିଭାଇଡର ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ମାନେ କର୍ଣ ପାତ କରୁନାହାନ୍ତି କିମ୍ବା ତାଙ୍କର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁ ନାହିଁ । ଇତି ମଧ୍ୟରେ ଏହି ରାସ୍ତାରେ ଦୁର୍ଘଟଣା ରେ ସାତ ଗୋଟି ବହୁମୂଲ୍ୟ ଜୀବନ ନଷ୍ଟ ହୋଇ ଗଲାଣି ହେଲେ ଅପାରଗ ଅଧିକାରୀ ମାନଙ୍କର ଚେତା ପଶୁ ନାହିଁ । କଣ ସ୍ଥାନୟ ଲୋକେ ରାସ୍ତା ଉପରକୁ ଆସିଲେ ଅଧିକାରି ମାନେ ଶୁଣିବେ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରୁଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post