ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଏବଂ ଝାରବନ୍ଧ ତହସିଲଦାର ସୀମାସବିତା କୁଳୁଙ୍କ ପକ୍ଷରୁ ସୁକୁଲିପାହାଡ଼ ଗ୍ରାମରେ ଯାନବାହନ ଚେକିଂ ବେଳେ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରାଯିବା ସହ ଜଣ କୁ ଗିରଫ କରାଯାଇଛି।ତା ଉପରେ ସନ୍ଦେହ ହେବାରୁ ଅଟକାଇ ଯାଞ୍ଚ କରିଥିଲେ ।୧୫କେଜି ୫୦ଗ୍ରାମ ଗଞ୍ଜେଇ ଏକ ଭିଭୋ ମୋବାଇଲ ନଗଦ ୨୦୦ଟଙ୍କା OD17P7632 ଏକ ବାଇକ ଜବତ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲେ।ଗିରଫ ଅଭିଯୁକ୍ତ ମେଳଛାମୁଡ଼ା ଥାନା ଅଞ୍ଚଳ ର ସୁସେନ ମେହେର(୨୩) ପିତା-ଭାଗବତିଆ ମେହେର ବୋଲି ଜଣାପଡିଛି।ସେ ଛତିଶଗଡ ଅଞ୍ଚଳ ସରେଇପାଲି କୁ ଗଞ୍ଜେଇ ନେଉଥିଲା ବୋଲି ପୋଲିସ ଆଗରେ କହିଛି।
ଏ ନେଇ ପୋଲିସ କେସ ନଂ-୧୭୦,u/s20(b)(2)(B)NDPS act ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ ଆଜି ପଦ୍ମପୁର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିରବର ଭଗତ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.