ମାହାଙ୍ଗା -: (ସପ୍ତଜ୍ୟୋତି ରାଉଳ) କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ରଘୁନାଥଜୀୟୁ ମଠର ମହନ୍ତ ଜଗନ୍ନାଥପୁରୀଙ୍କ ଆଜି ଭୋ’ରୁ ଦେହାନ୍ତ ଘଟିଛି | କ୍ୟାନ୍ସର ପୀଡିତ ମହନ୍ତଙ୍କ ଚିକିତ୍ସା କଟକରେ ଚାଲିଥିଲା | ତେବେ ୪ ଦିନ ତଳୁ ତାଙ୍କୁ ହସ୍ପିଟାଲରୁ ଛାଡିଦିଆଯାଇଥିଲା | ସ୍ଥାନୀୟ କୋଠପଦା ଗ୍ରାମବାସୀମାନେ ଏହି ସାଧୁଙ୍କ ସେବା ଶୁଶ୍ରୁଷା କରିବା ଦେଖିବାକୁ ମିଳୁଥିଲା | ହେଲେ ଆଜି ତାଙ୍କ ଦେହାନ୍ତ ହୋଇଯାଇଛି | ଆଜି ନାଗାସାଧୁ ପରମ୍ପରା ଅନୁଯାୟୀ ଗୁରୁ ଭାଇମାନେ କୋଠପଦାରେ ପହଂଚି ମଠ ପରିସରରେ ଏହି ମହନ୍ତଙ୍କୁ ସମାଧି ଦିଆଯାଇଥିଲା | ସେ ଦୀର୍ଘ ୫୦ ବର୍ଷ ସନ୍ୟାସୀ ଜୀବନ ଅତିବାହିତ କରିଥିଲେ।ତାଙ୍କ ବିୟୋଗ ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଭାଷା ପରିଷଦ ର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ,ଉତ୍କଳ ଗଣକବି ସ୍ମୃତି ସଂସଦ ର ସଭାପତି ଡକ୍ଟର କର୍ତିକେଶ୍ଵର ସାହୁ ଓ ଉପ ସଭାପତି ଡକ୍ଟର କାର୍ତ୍ତିକ ଚନ୍ଦ୍ର ବରାଳ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ଦିବା ୨ ଘଟିକା ସମୟରେ ପି ସି ସି ର ପୂର୍ବତନ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ,ଉତ୍କଳ ଗଣକବି ସ୍ମୃତି ସଂସଦ ର ଉପଦେଷ୍ଟା ସେକ ମସୁଦ୍ ଅଲି ଓ ଗଣେଶ୍ୱର ସ୍ବାଇଁ,ସମ୍ପାଦକ ଆଇନଜୀବୀ ଦୀପକ କୁମାର ମହାନ୍ତି, ପଣ୍ତିତ ପ୍ରଭାତ କୁମାର କର, ସମାଜସେବୀ ନଳିନୀକାନ୍ତ ନାୟକ,ମନ୍ମଥ ଖଟୁଆ,ସଂଗ୍ରାମ ସାମଲ,ଦୀପକ ନାୟକ,ସୁକାନ୍ତ ନନ୍ଦ,ଦିଲ୍ଲୀପ ରାଉତ,ରବିନାରାୟଣ ସାହୁ,ହାଡିବନ୍ଧୁ ସାହୁ,ପ୍ରତାପ ନାୟକ,ସେକ ଜାବିର, ସୌକଟ ଅଲି,ପୂର୍ଣ୍ଣଚନ୍ଦ୍ର ସେଠୀ,ବଳରାମ ସ୍ବାଇଁ,ଅରୂପ ବିଶ୍ଵାଳ ଓ ଦୁର୍ଯୋଧନ ରାଉତ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ମହନ୍ତଙ୍କ ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ପ୍ରଦାନ କରି ଦିବଂଗତ ମହନ୍ତଙ୍କ ଅନ୍ତିମ ଯାତ୍ରା ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.