କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ଛତାପଦର ନିକଟ କଲ୍ୟାଣୀ ନଦୀ ରେ ପଡି ଥିବା ଆଇରନ ପୋଲ ର ଲୁହା ଛଡ଼ ଚୋରା ଚାଲାଣ କରୁଥିବା ବେଳେ ସ୍ଥାନୀୟ ପୁଲିସ ପିକୋଫଗାଡି ଓ ବାଇକ ଜବତ କରିଥିବା ବେଳେ ୫ଜଣଙ୍କୁ ଗିରଫ କରି କେସ ନମ୍ବର ୯୯ ଦଫା୩୭୯/୩୫୩/୩୪ଆଇପିସି ରେମାମାଲ ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ।ପୁଲିସ କହିବା ଅନୁଯାୟୀ ବୁଧବାର ସନ୍ଧ୍ୟା ସମୟରେ କିଛି ଦୁର୍ବୁତ୍ତ ଛତାପଦର ନିକଟ କଲ୍ୟାଣୀ ନଦୀରେ ପଡିରହିଥିବା ଆଇରନ ପୋଲରୁ ଲୁହା ଛାଡ ଚୋରାଇ ନେଉଥିବା ସୂଚନା ପାଇଁ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ବେଳେ ଗାଡି ଟି ଚାଲି ଯାଉଥିବା ଦେଖି ତାକୁ ଘଉଡ଼ାଇ ଥିଲେ ।ବିଜେପୁର ନିକଟରେ ଉକ୍ତ ପିକୋଫଗାଡି ନମ୍ବର ଓଡ଼ି ୦୮ହେଚ ୨୧୩୬ ଓ ବାଇକ ଓଡ଼ି୦୮ ପି ୫୩୫୫ କୁ କାବୁ କରି ସ୍ଥାନୀୟ ଥାନାକୁ ଆଣିଥିଲେ । ସିଙ୍ଗାରି ଗ୍ରାମର ଗାଡି ମାଲିକ ଚନ୍ଦନ ଗଡବିସି (୪୮), ତ୍ରିନାଥ ଗଡ଼ବିସି (୨୦),କର୍ଷିକା ଲାଇମାଝୀ (୨୧), ଛତାପଦର ଗ୍ରାମ ର ସୁକୃ ମାଝୀ (୨୫)ଓ ହୁଈକା ରାମଦାସ (୧୯)ଙ୍କୁପଚାର ଉଚର କରିଥିଲେ ।ଆଜି ସେମାନଙ୍କର ଡ଼ାକ୍ତରି ପରୀକ୍ଷା କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୁକୁମା ହଂସୁଦା କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.