ରଘୁନାଥଜୀୟୁ ମଠ ମହନ୍ତ ଜଗନ୍ନାଥ ପୁରୀଙ୍କ ଦେହାନ୍ତ

0

ମାହାଙ୍ଗା ବିଧାୟକ ତଥା ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ଗଭୀର ଶୋକବ୍ୟକ୍ତ

ମାହାଙ୍ଗା -(ସପ୍ତ ଜ୍ୟୋତି ରାଉଳ)- କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୋଠପଦା ରଘୁନାଥଜୀୟୁ ମଠର ମହନ୍ତ ଜଗନ୍ନାଥପୁରୀଙ୍କ ଆଜି ଭୋ’ରୁ ଦେହାନ୍ତ ଘଟିଛି | କ୍ୟାନ୍ସର ପୀଡିତ ଏହି ମହନ୍ତଙ୍କ ଚିକିତ୍ସା କଟକରେ ଚାଲିଥିଲା | ତେବେ ୪ ଦିନ ତଳୁ ତାଙ୍କୁ ହସ୍ପିଟାଲରୁ ଛାଡିଦିଆଯାଇଥିଲା | ସ୍ଥାନୀୟ କୋଠପଦା ଗ୍ରାମବାସୀମାନେ ଏହି ସାଧୁଙ୍କ ସେବା ଶୁଶ୍ରୁଷା କରିବା ଦେଖିବାକୁ ମିଳୁଥିଲା | ହେଲେ ଆଜି ତାଙ୍କ ଦେହାନ୍ତ ହୋଇଯାଇଛି | ଆଜି ନାଗାସାଧୁ ପରମ୍ପରା ଅନୁଯାୟୀ ଗୁରୁ ଭାଇମାନେ କୋଠପଦାରେ ପହଂଚି ମଠ ପରିସରରେ ଏହି ମହାନ୍ତଙ୍କୁ ସମାଧି ଦେଇଥିଲେ | ମହନ୍ତ ଜଗନ୍ନାଥପୁରୀଙ୍କ ବିୟୋଗରେ ସ୍ଥାନୀୟ ବିଧାୟକ ତଥା ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମାଣ -ନଗର ଉନ୍ନୟନ ଓ ଆଇନମନ୍ତ୍ରୀ ପ୍ରତାପ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି | ମାତ୍ର ୧୧ ବର୍ଷ ବୟସରେ ଜଗନ୍ନାଥପୁରୀ ସନ୍ୟାସଦୀକ୍ଷା ଗ୍ରହଣ କରିଥିଲେ | ସାଲେପୁର ଥାନା ମିର୍ଜ୍ଜାପୁର ଅଂଚଳରୁ କିଶୋର ଅବସ୍ଥାରେ ଆସି ନାଗାମଠ ଭାବେ ଖ୍ୟାତ କୋଠପଦାରେ ଦୀର୍ଘ 50 ବର୍ଷ ସନ୍ୟାସୀ ଜୀବନ ଅତିବାହିତ କରିଥିଲେ ମହନ୍ତ ଜଗନ୍ନାଥପୁରୀ ଗୋସ୍ୱାମୀ |
ଆଜି ବ୍ଲକ ଚେୟାରମ୍ୟାନ ଶରତ ନାୟକ, ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନା, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ରାମଚନ୍ଦ୍ର ମହାପାତ୍ର,ରାଧାନାଥ ରାଉତ, ସାମାଜିକକର୍ମୀ ଅଖିଳେଶ ମହାନ୍ତି, ଗୀତିକାର ବିଶ୍ୱେଶ୍ୱର ମହାନ୍ତି,ସତ୍ୟଜିତ ଦାସ, ପନଂଗ ଭୂଷଣ ଦାସ,ପ୍ରଶାନ୍ତ କର,ନାରାୟଣ ମୁଦୁଲି, ସୁବାଷ ବେହେରା, ହେମନ୍ତ ପ୍ରଧାନ,ସୁଧାଂଶୁ ପାଣି,ସୁଦର୍ଶନ ସାମଲ, ନିହାର ପଣ୍ଡା, କିଶୋର ଦାଶ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମହନ୍ତଙ୍କ ଅନ୍ତିମ ଦର୍ଶନ କରିଥିଲେ |
ଅନ୍ୟମାନଙ୍କ ମଧ୍ୟରେ ଚନ୍ଦ୍ରଭାନୁ ଆଚାର୍ଯ୍ୟ, ଅନନ୍ତ ସାହୁ, ଗଣେଶ ବିହାରୀ, ଯତୀନ୍ଦ୍ର ଦାଶ, ମାଗୁଣି ସାମଲ, ଅକ୍ଷୟ ପାଣି, ଜଗନ୍ନାଥ ନାୟକ, ବିଜୟ କୁମାର ଦାଶ,କେଦାରେଶ୍ୱର ପୁହାଣ,ଦିଲ୍ଲୀପ ସ୍ୱାଇଁ, ଭାଗ୍ୟଧର ମହାନ୍ତି, ଗଜେନ୍ଦ୍ର ସ୍ୱାଇଁ,ସୁମନ୍ତ ବିହାରୀ, ବାସୁଦେବ ପୃଷ୍ଟି, ଦୀପକ ଦାସ, ଦଧିବାମନ ପରିଡା, ସୁଶାନ୍ତ ଦାସ, ରବୀନ୍ଦ୍ର ପୃଷ୍ଟି,ରମାକାନ୍ତ ପଣ୍ଡା, ହେମନ୍ତ ମହାନ୍ତି, ବିଭୁଦତ୍ତ ମହାନ୍ତି, ନଟବର ମହାନ୍ତି, ସୁଧୀର ମହାନ୍ତି, ରଞ୍ଜନ ବଳବନ୍ତରାୟ, ପ୍ରମୁଖ ଦିବଂଗତ ମହନ୍ତଙ୍କ ଅନ୍ତିମ ଯାତ୍ରାରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |
ତା’ଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ,ବ୍ୟବସାୟିକ ପ୍ରତିଷ୍ଠାନ,ଦୋକାନ ବଜାର ବନ୍ଦ ରହିବା ଦେଖିବାକୁ ମିଳିଛି | ଅନ୍ୟପକ୍ଷରେ ଜଗନ୍ନାଥପୁରୀ ତାଙ୍କ ଜୀବିତାବସ୍ଥାରେ ତାଙ୍କର ଉତ୍ତରାଧିକାରୀ ଚୟନ କରିଥିବାରୁ ଏହି ରଘୁନାଥଜୀୟୁ ମଠର ନୂତନ ମହନ୍ତ ଭାବେ ଭଗବାନପୁରୀ ଗୋସ୍ଵାମୀଙ୍କୁ ଅବସ୍ଥାପିତ କରାଯିବ ବୋଲି ନିଷ୍ପତି ଘୋଷଣା କରାଯାଇଛି |

Leave A Reply

Your email address will not be published.