ଭଦ୍ରକରେ ପୁଣି ୩୧୬ ଗ୍ରାମ ବ୍ରାଉନସୁଗର ଜବତ ; ୩ ଗିରଫ

0

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ): ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଦ୍ବାରା ୧୬ନମ୍ବର ଜାତୀୟ ରାଜପଥ ଚରମ୍ପା-ଧାମରା ରେଳ ବ୍ରିଜ ତଳ ରାସ୍ତାରେ ଏମଭିଆଇ ଏନଫୋର୍ସମେଣ୍ଟ ଚେକିଂ ଚାଲିଥିବା ବେଳେ ସନ୍ଦେହରେ ବାଇକ ଚାଳକ ଗ୍ରାମାଞ୍ଚଳ ଥାନା ଅଧିନସ୍ତ ବଉଳ ପୋଖରୀ ଗ୍ରାମ ନିଵାସୀ କପିଳ ମଲ୍ଲିକ ଓରଫ ଲିପା(୨୨),ଧନେଶ୍ୱର ମଲ୍ଲିକ ଓରଫ ଧନିଆ(୨୬) ଓ ଯାଜପୁର ଜିଲ୍ଲା ବଡଚଣା ଥାନା ଅଧିନସ୍ଥ ସୁଙ୍ଗୁଡ଼ା ଗ୍ରାମ ନିଵାସୀ ଟୁନି ନାୟକ(୩୩),ଯିଏ ଏବେ ଚଣ୍ଡିଖୋଲ ମିଲତ ନଗର ବସ୍ତି ବାସିନ୍ଦାକୁ ଅଟକାଇ ସେମାନଙ୍କ ଠାରୁ ବାଇକ ସହ ୩୧୬ଗ୍ରାମ ବ୍ରାଉନସୁଗାର(ପ୍ରାୟ ୩୧ଲକ୍ଷ ଟଙ୍କାରୁ ଉର୍ଦ୍ଧ),ନଗଦ ୪ଶହ ଟଙ୍କା ଜବତ କରି ଆଜି କୋର୍ଟ ଚାଲାଣ କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଦ୍ରକର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ ପଣ୍ଡା ।ଏମାନେ ଉକ୍ତ ବ୍ରାଉନ ସୁଗରକୁ ବାଲେଶ୍ଵର ଜିଲ୍ଲାର ଜଳେଶ୍ବରରୁ ଆଣି ଆସୁଥିଲେ। ଏ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ କରୁଥିବା ସୂଚନା ଦେଇଛି ।

Leave A Reply

Your email address will not be published.