ମାଣ୍ଡୋସିଲ ଗ୍ରାମ ଠାରେ ଜିଲ୍ଲା ବିଜୁ ମହିଳା ଜନତା ଦଳର ଶ୍ରମଦାନ ଶିବିର ଅନୁଷ୍ଠିତ

0

ନୂଆପଡ଼ାରୁ ଯଶୋବନ୍ତ କୁମାର:ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଠାରେ ନୂଆପଡ଼ା ଜିଲ୍ଲା ବିଜୁ ମହିଳା ଜନତା ଦଳ ପକ୍ଷରୁ ଶନିବାର ଏକ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସରସ୍ୱତୀ ବାଗଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେଡି ଜିଲ୍ଲା ସମ୍ପାଦକ ଦିନେଶ ପ୍ରସାଦ ତିୱାରୀ, ସମ୍ମାନୀତ ଅତିଥି ଭାବରେ ଭୂମିସୂତା ଦଳପତି, ବିଜୟ ଲକ୍ଷ୍ମୀ ପାତ୍ର, ସବିତା କୁମ୍ଭାର, ବାସନ୍ତୀ କଟା, ଅନିତା ବାରିକ ପ୍ରମୁଖ ଯୋଗଦାନ କରିଥିଲେ। ସନ୍ତୋଷ କୁମାର ବିଶି ମଞ୍ଚ ପରିଚାଳନା କରିଥଲେ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନରୁ ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ସ୍ବଚ୍ଛତା କାର୍ଯ୍ୟକ୍ରମ ଆସନ୍ତା ନଭେମ୍ବର ୧ ତାରିଖ ଦିନ ଉଦଯାପିତ ହେବ । ଏହି ଅବସରରେ ନୂଆପଡ଼ା ଜିଲ୍ଲା ବିଜେଡ଼ି ପକ୍ଷରୁ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରାଯାଉଅଛି । ଆଜି ମଧ୍ୟ ମାଣ୍ଡୋସିଲ ବିଦ୍ୟାଳୟ ପରିସରକୁ ସଫେଇ କରାଯାଇ ଗ୍ରାମବାସୀଙ୍କୁ ସ୍ବଚ୍ଛତାର ବାର୍ତ୍ତା ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ୪୦୦ରୁ ଉର୍ଦ୍ଧ୍ବ ମହିଳା ଅଂଶ ଗ୍ରହଣ କରିଥିଲେ । 

Leave A Reply

Your email address will not be published.