ବାପା ସ୍ବପ୍ନ କୁ ସାକାର କଲେ ପୁଅ, ପୁଅ ହେବେ ଡାକ୍ତର

0 1

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କର୍ଲ୍ଲlକୋଟ ଗ୍ରାମର ସ୍ୱର୍ଗତ କୈଳାସ ଚନ୍ଦ୍ର ବେହେରା ଙ୍କ ଦ୍ବିତୀୟ ପୁତ୍ର ଡ଼ାକ୍ତରୀ ଶିକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଡକ୍ଟର ହରପ୍ରସାଦ ବେହେରା ଙ୍କୁ କାର୍ଲlକୋଟ ଗ୍ରାମବାସୀ ଉତ୍ସହ ଉଦିପନା ସହ ବିର ବାଦ୍ୟ ଘୁମୁରାରେ ସ୍ଵାଂଗତ କରିଛନ୍ତି।ଅଞ୍ଚଳର ସହ ସହ ଲୋକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ସୁବର୍ଣ୍ଣ ଗ୍ରାହୀ ଶୁଣ୍ଢି ସମାଜ ର ପ୍ରଥମ ତଥା ଏକ ମାତ୍ର ବ୍ୟକ୍ତି ଯେକି ଡାକ୍ତର ଶିକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ବାପା ସ୍ବର୍ଗତ କୈଳାସ ଚନ୍ଦ୍ର ବେହେରା ଙ୍କ ସ୍ଵପ୍ନ କୁ ସାକାର କରିଛନ୍ତି। ସେ ନିଜ ଗାଁ ରେ ଥିବା କର୍ଲ୍ଲlକୋଟ ସମଲେଶ୍ବରୀ ଉଚ୍ଚ ବିଦ୍ୟାଳୟ ରେ ୨୦୧୧ ମସିହାରେ ଦଶମ ପାସ କରି ପରେ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ତଥା ନିଜ ପିତା ଙ୍କ ର ସ୍ବପ୍ନ କୁ ନେଇ ଭୁବନେଶ୍ୱର ଜୁପିଟର ବିଜ୍ଞାନ ମହାବିଦ୍ୟାଳୟ ରେ ଦ୍ବିତୀୟ ବର୍ଷ ପାସ କରି ୨୦୧୩ ମସିହାରେ ବିନାୟକ ଇନଷ୍ଟିଚ୍ୟୁଟ ରେ କୋଚିଂ କରି ଭୁବନେଶ୍ୱର ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ରେ ପାଠ ପଢି ୨୦୨୧ ମସିହାରେ ଡ଼ାକ୍ତରି ପାଠ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି, । ବୋଡେ଼ନ ବ୍ଲକ ଏକ ଅନୁନ୍ନତ ଅଞ୍ଚଳ ରୁ ଡାକ୍ତରି ଶିକ୍ଷା ଲାଭ କରି ଉତ୍ତୀର୍ଣ୍ଣ ହୋଇଥିବାରୁ ଅଞ୍ଚଳରେ ଖୁସି ଲହରୀ ଖେଳି ଯାଇଅଛି। 

Leave A Reply

Your email address will not be published.