ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା : ଭାଙ୍ଗିଲା ମାଟିବନ୍ଧ ଡ୍ୟାମ

0 1

ପଦ୍ମପୁର(ଶାସକପ୍ରଶାସକ)-ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗିଲା ମାଟିବନ୍ଧ ଡ୍ୟାମ । ପଦ୍ମପୁର ଉପଖଣ୍ଡ ଜମରତଲା ପଞ୍ଚାୟତ ଠାରେ ଥିବା କଣ୍ଠେଶ୍ବରପୁର ମାଟିବନ୍ଧ ପ୍ରୋଜେକ୍ଟ ରକ୍ଷଣାବେକ୍ଷଣ ଅଭାବରୁ ଆଡି ଭାଙ୍ଗିଯାଇ ବ୍ୟାପକ ନଷ୍ଟ ହୋଇଛି । କଣ୍ଠେଶ୍ବରପୁର ମାଟିବନ୍ଧରେ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ୩୨୦ ହେକ୍ଟର ଜମି ଜଳ ସେଚିତ ହୋଇଥାଏ । ଚଲିତ ଖରିଫ ୠତୁରେ ସ୍ବଳ୍ପ ବର୍ଷା ଯୋଗୁଁ ଧାନ ଫସଲ ନଷ୍ଟ ହୋଇଥିଲା କିନ୍ତୁ ସେପ୍ଟେମ୍ବର ମାସରେ ଲଘୁଚାପ ଯୋଗୁଁ ମାଟିବନ୍ଧରେ ପାଣି ଭର୍ତ୍ତି ହୋଇଥିଲା ଏହଂ ଯାହା କିଛି ଧାନ ବଞ୍ଚିଥିଲା ଏହି ଡ୍ୟାମର ପାଣିରେ ଚାଷ କରିବା ପାଇଁ ଚାଷୀମାନେ ଆଶା ରଖିଥିଲେ ହେଲେ ଦୀର୍ଘ ଦିନ ହେବ ରକ୍ଷଣାବେକ୍ଷଣ ହୋଇନଥିବାରୁ ଆଡି ଭାଙ୍ଗି ଯାଇଛି ।

ମାଟିବନ୍ଧରେ ଦୁର୍ବଳତା ଥିବା ନେଇ ଅଞ୍ଚଳର ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି କାମ ହୋଇନଥିଲା ଫଳରେ ଏଭଲି ଦୁର୍ଘଟଣା ଘଟିଲା । ଏହି ସ୍ଥାନରେ ସ୍ଥାୟୀ ପ୍ରତିକାର ପାଇଁ ଚାଷୀମାନେ ଦାବି କରିଛନ୍ତି।

 

Leave A Reply

Your email address will not be published.