–ଖାଇବାକୁ ଦେଲେ ଖାଉଛନ୍ତି, ନଦେଲେ ଭୋକରେ ରହୁଛନ୍ତି,
-ମାନବିକତା ଦେଖାଇଲେ ସୁରକ୍ଷା କର୍ମୀ ସୂର୍ଯ୍ୟ,
ଓଡ଼ଗାଁ, ୦୧।୧୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଅଜଣା ବୃଦ୍ଧ ବ୍ୟକ୍ତି ୩ ଦିନଧରି ପୁରୁଷ ଓ୍ବାଡରେ ଗୋଟିଏ ବେଡ ମାଡି ରହିଛନ୍ତି। ତାଙ୍କୁ ଚାଲିଯିବାକୁ କହିଲେ ସେଠାରୁ କେଉଁଆଡେ ଯାଉନାହାନ୍ତି। ହେଲେ ଖାଇବାକୁ ଦେଲେ ଖାଉଛନ୍ତି, ନଦେଲେ ଭୋକରେ ପଡ଼ି ରହୁଛନ୍ତି।ପଚାରିଲେ ତାଙ୍କ ନାଁ ନାରାୟଣ ନାଏକ ଓ ଘର ବିଞ୍ଚଣା ବୋଲି କହୁଛନ୍ତି । ମାତ୍ର କଥାରୁ ସେ ଗଞ୍ଜାମ ଜିଲ୍ଲାର ହୋଇଥାଇ ପାରନ୍ତି ବୋଲି ଜଣା ପଡୁଛି। ଫଳରେ ତାଙ୍କର ଅସହାୟତାକୁ ଦେଖି ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ସୂର୍ଯ୍ୟ ତାଙ୍କୁ କେତେବେଳେ ପାଉଁରୁଟି, ବିସ୍କେଟ ଓ ଅନ୍ୟ କେତେବେଳେ ଆହାର କେନ୍ଦ୍ରରୁ ଖାଦ୍ୟ ଆଣି ଦେଉଛନ୍ତି । ହେଲେ ବୃଦ୍ଧି ବ୍ୟକ୍ତି ଜଣକ ୩ ଦିନଧରି ଏଭଳି ଅବସ୍ଥାରେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗି ବେଡରେ ପଡିରହିଥିବା ବେଳେ ତାଙ୍କର କେହି ସମ୍ପର୍କିୟ ଅଥବା ପରିବାର ଲୋକେ ଖୋଜି ପହଞ୍ଚି ଥିବାର ସୂଚନା ନାହିଁ। ହେଲେ ଏଭଳି ଅବସ୍ଥାରେ ଖାଲିଥିବା ରୋଗି ବେଡରେ ପଡିରହିଥିବା ବେଳେ ନିଜ ମଧ୍ୟ ଖାଦ୍ୟ ସଂଗ୍ରହ ନକରି ଭୋକରେ ରହୁଛନ୍ତି। ଏଭଳି କ୍ଷେତ୍ରରେ କୌଣସି ସମୟରେ ବେଡର ଆବଶ୍ୟକତା ରହିଲେ,ସେ ସେତେବେଳେ କେଉଁଠିକୁ ଯିବେ। ଏବଂ ଡ଼ାକ୍ତରଖାନା ପ୍ରଶାସନ ଆବଶ୍ୟକତା ସମୟରେ କିଭଳି ତାଙ୍କୁ ବେଡରୁ ଖାଲି କରିବେ ସେନେଇ ଏବେ ଚିନ୍ତାରେ । ଏଣୁ ଖବର ପ୍ରକାଶ ପାଇବା ପରେ କୌଣସି ସହୃଦୟ ବ୍ୟକ୍ତି ପରିଚୟ ଜାଣିଥିଲେ ତୁରନ୍ତ ତାଙ୍କ ପରିବାର ଜନଙ୍କୁ ଖବର ଦେବେ । ନିରାଶ୍ରୟ ବୃଦ୍ଧ ଜଣକ ଏବେ ମଧ୍ୟ ଓଡ଼ଗାଁ ଡାକ୍ତରଖାନା ପୁରୁଷ ରୋଗୀ ଓ୍ବାଡରେ ରହିଥିବା ଜଣାପଡିଛି।