ଦୁଇ ଦିନ ଧରି ଖୋଜା ଖୋଜି ପରେ ପୋଖରୀରୁ ମିଳିଲା ନିଖୋଜ ଯୁବତୀଙ୍କ ମୃତଦେହ।

0 2

ଖୋର୍ଦ୍ଧା/ରବି ନାରାୟଣ ସାହୁ- ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରି ଥାନା ଅନ୍ତର୍ଗତ ଅଟ୍ରି ଗ୍ରାମରେ | ଗ୍ରାମର ରମେଶ ବାରିକଙ୍କ ଝିଅ ସେବତୀ ଗୁରୁବାର ଦିନ ଠାରୁ ନିଖୋଜ ହୋଇ ଯାଇଥିଲେ । ଏ ନେଇ ପରିବାର ଲୋକ ବହୁ ଖୋଜାଖୋଜି ପରେ ଘର ଲୋକମାନେ ଶୁକ୍ରବାର ଦିନ ବାଘମାରି ଥାନାରେ ଅଭିଯୋଗ କରିଥିଲେ । ହେଲେ ଶନିବାର ସକାଳେ ତାଙ୍କ ଘର ନିକଟ ପୋଖରୀରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବା ପରେ ପରିବାର ପକ୍ଷରୁ ମୃତଦେହ ଚିହ୍ନଟ କରାଯାଇଥିଲା ।ଖୋର୍ଦ୍ଧା ଜିଲ୍ଲା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର, ବାଘମାରି ଥାନା ସବ ଇନିସପେକ୍ଟର ବ୍ରହ୍ମାନନ୍ଦ ସ୍ବାଇଁ ପ୍ରମୁଖ ପହଁଚି ଘଟଣା ଉପରେ ତଦନ୍ତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।ରିପୋର୍ଟ ଆସିବା ପରେ ସତ୍ୟତା ଲୋକ ଲୋଚନକୁ ଆସିବ ।

Leave A Reply

Your email address will not be published.