ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ଉପଖଣ୍ଡର ପଦ୍ମପୁର, ଗୁଡାରୀ, ଦୁର୍ଗୀ, ଗୁଣୁପୁର, ମୁକୁନ୍ଦ ପୁର୍, ବିଷମ କଟକ ଏବଂ ପୋଡ଼ସି ଆନ୍ଧ୍ରର ବାତୀଲି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରୀ ଘଟଣାର ପର୍ଦ୍ଦା ଫାସ। ଆଜି ଗୁଣୁପୁର ଆଦର୍ଶ ଥାନା ରେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା। ସୂଚନା ଅନୁଯାୟୀ ଗୁଡ଼ାରୀ ଥାନାରେ ୭/୧୦ /୨୧ ତାରିଖରେ କେ ଶ୍ରୀନିବାସ ରାଓ ତାଙ୍କ ଦୋକାନରେ ଚୋରୀ ହୋଇଥିବା ନେଇ ଏତଲା ଦେଇଥିଲେ। ଏତଲା କୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା। ଏକ ସି ସି ଟିଭି ଫୁଟେଜ୍ କୁ ଆଧାର କରି ଜଣେ ଚୋର ଧରିବା ରେ ପୁଲିସ ସଫଳ ହୋଇଛି। ଚୋର ପାଖରୁ ୧୬୦୦ ଟଙ୍କା, ୬ ଟି ମୋବାଇଲ ଫୋନ, ୨ ଟି ମୋଟର ସାଇକେଲ ଏବଂ ଗୋଟିଏ ଲ୍ୟାପଟପ୍ ଯବତ୍ କରାଯାଇଥିବା ବେଳେ ଚୋରୀ କରିବା ପାଇଁ ବ୍ୟବହୃତ ହୋଇଥାଏ ୨ଟି ଲୁହା କାଟିବା ମେସିନ୍ ଯବତ୍ କରାଯାଇଛି।
Sign in
Sign in
Recover your password.
A password will be e-mailed to you.