ଶ୍ୟାମ ମେଟାଲିକ୍ ପ୍ଲାଣ୍ଟରେ ଗୁଳିକାଣ୍ଡ : ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ

0 2

ସମ୍ବଲପୁର(ସ୍ୱତନ୍ତ୍ର ପ୍ରତିନିଧି) : ସମ୍ବଲପୁର ରେଙ୍ଗାଲି ଥାନା ଶ୍ୟାମ ମେଟାଲିକ୍ ପ୍ଲାଣ୍ଟରେ ଫାୟାରିଂ । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତକ ଜଣକ ଝାରସୁଗୁଡା ଲହଣ୍ଡାବୁଡ ଗ୍ରାମର ବେଙ୍ଗଡୁରୁ ଭୂୟାଁ ବୋଲି ଜଣାପଡିଛି । ସୂଚନା ଅନୁସାରେ ଝାରସୁଗୁଡା ଲହଣ୍ଡାବୁଡର ବେଙ୍ଗଡୁଲୁ ଭୂୟାଁ ନିଜ ମାଉସୀ ଘର ନିଶାନଭଙ୍ଗା ଗ୍ରାମକୁ ଆସିଥିଲେ। ବେଙ୍ଗଡୁଲୁ କୌଣସି କାମ ବସତଃ ଶ୍ୟାମ ମେଟାଲିକସ୍କର ପଛ ପଟ ପାଚେରୀରେ ଥିବା ସମୟରେ ଶ୍ୟାମ ମେଟାଲିକସର ସୁରକ୍ଷା କର୍ମୀଙ୍କ ଗୁଳି ମାଡ଼ରେ ଆହତ ହୋଇପଡିଥିଲେ। ଆହତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ପ୍ରଥମେ ରେଙ୍ଗାଲି ଡାକ୍ତରଖାନାକୁ ଆଣିଥିଲେ। ପ୍ରବଳ ରକ୍ତ ସ୍ରାବ ଯୋଗୁ ତାଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Leave A Reply

Your email address will not be published.