ଭଦ୍ରକ ବ୍ଲକ,(ସୀତାକାନ୍ତ ପାଢ଼ୀ):-ଘରୁ ଚୋରି ହୋଇଯାଇଥିବା ସୁନା, ରୂପା ସାମଗ୍ରୀ କୁ ପୁଣି ଫେରି ପାଇଲେ ଘର ଲୋକ. ଚୋରି ହୋଇଯାଇଥିବା ସାମଗ୍ରୀ ଗୁଡିକ ପୋଲିସ ତରଫରୁ ଘର ଲୋକ ମାନଙ୍କୁ ଦିଆଯାଇଛି . ଚୋର ମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା ରୂପା କୁ ପୋଲିସ ଉଦ୍ଧାର କରି ଆଜି ଗ୍ରାମାଞ୍ଚଳ ଥାନା ପରିସରରେ ଏହି ସାମଗ୍ରୀ ଗୁଡିକ 9 ଜଣ ଲୋକଙ୍କୁ ଫେରସ୍ତ କରାଯାଇଛି . ଏଠାରେ ସୂଚନା ଯୋଗ୍ୟ ଯେ, ଗତ କିଛିଦିନ ତଳେ ଆନ୍ତଃଜିଲ୍ଲା ସିନ୍ଧିଚୋର ଗ୍ୟାଙ୍ଗ କୁ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଧରିବାରେ ସଫଳ ହୋଇଥିଲା. ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପା ଜବତ ସହ 5 ଜଣ ସିନ୍ଧି ଚୋର ଓ 4 ରିସିଭର ଙ୍କୁ ଗିରଫ କରିଥିଲା ଗ୍ରାମାଞ୍ଚଳ ପୋଲିସ. ଲୁଟେରା ଙ୍କ ନିକଟରୁ 312 ଗ୍ରାମ ସୁନା, 4 କେଜି ରୁପା ସହ ଲୁଟ ରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଥିଲା . ଭଦ୍ରକ ରେ ପ୍ରାୟ ବିଭିନ୍ନ ସ୍ଥାନରେ ଘରୁ ଚୋରି ହେଉଥିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା. ଏହିଭଳି କିଛି ଦିନ ମଧ୍ୟରେ 9 ଜଣଙ୍କ ଘରୁ ସୁନା, ଗହଣା ଚୋରି ହୋଇଥିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା. ଗତ ଜୁଲାଇ 22 ତାରିଖରେ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦେଉଳପାଳ ଗ୍ରାମରେ ଜଣଙ୍କ ଘରୁ ଚୋରି ହୋଇଥିଲା. ଯାହାକି ଏହି ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନାରେ ଏକ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା. ଶେଷରେ ଏହି ଲୁଟେରା ଗ୍ୟାଙ୍ଗ ଏବଂ ଏମାନଙ୍କ ର କିଛି ସହଯୋଗୀ ସମେତ 9 ଜଣଙ୍କୁ ଗିରଫ କରିଥିଲା ଗ୍ରାମାଞ୍ଚଳ ପୋଲିସ. ଏମାନଙ୍କ ନିକଟରୁ ବିପୁଳ ପରିମାଣରେ ସୁନା, ରୂପା ଜବତ ହୋଇଥିଲା. ଜବତ ହୋଇଥିବା ସୁନା, ରୂପା ଗୁଡିକ ପୋଲିସ ପକ୍ଷରୁ ତଦନ୍ତ କରାଯାଇ, ଚୋରି ରେ ଶିକାର ହୋଇଥିବା 9 ଜଣ ଲୋକଙ୍କୁ ଆଜି ଏହି ସୁନା, ରୂପା ଦିଆଯାଇଛି. ନିଜର ଚୋରି ହୋଇଯାଇଥିବା ସାମଗ୍ରୀ କୁ ପାଇ ଘର ଲୋକ ଖୁସି ହେବା ସହ ପୋଲିସ ର କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି.
Sign in
Sign in
Recover your password.
A password will be e-mailed to you.