ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ବିଧବା ମହିଳାଙ୍କୁ ପନିଖିରେ ହାଣି ହତ୍ୟା ହୋଇଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ। ରେଢ଼ାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡା ମାଲ ଗାଁର ମୁଣ୍ଡାପଡାରେ ଘଟିଛି ଘଟଣା।ମୃତ ଜଣକ ହେଲେ ବନିତା ମିର୍ଦ୍ଧା । ରବିବାର ବିଳମ୍ୱିତ ରାତ୍ରୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବନିତାଙ୍କ ତାଙ୍କ ପଡୋଶୀଙ୍କ ସହ ଝଗଡା ହୋଇଥିଲା। ଏହା ପରେ ଉତ୍ତେଜନା ବଢିବାରୁ ତାଙ୍କ ପଡୋଶୀ ଘରର 4 ଜଣ ତାଙ୍କୁ ପନିଖି ରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ପୋଲିସ ଘଟଣା ସ୍ଥାନରେ ପହଞ୍ଚି 4 ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ଥାନା ଅଧିକାରୀ ସୁରୁବାବୁ ଛତ୍ରୀଆ ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣା ପଡ଼ିଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.