ଯାଜପୁର ରୋଡ/ପ୍ରଫୁଲ୍ଲ ସାହୁ: ହରିୟାଣାର କର୍ଣାଲ୍ ଜିଲ୍ଲାରେ ବିଜେପି ସରକାରଙ୍କର ପୋଲିସ ବାହିନୀର ଅମାନବୀୟ ଓ ବର୍ବର ଲାଠି ମାଡରେ ମୃତୁବରଣ କରିଥିବା ଶହୀଦ କୃଷକ ସୁଶୀଲ କାଜଲ ଓ ଅନ୍ୟାନ୍ୟ ଆନ୍ଦୋଳନରତ ଆହତ କୃଷକ ମାନଙ୍କ ଉପରେ ହେଇଥିବା ଅତ୍ୟନ୍ତ ବର୍ବରୋଚିତ ଲାଠି ମାଡ କୁ ବିରୋଧ କରି ଏସ୍ ୟୁ ସି ଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟି ଆହ୍ୱାନ ରେ ଆଜି ସାରା ଭାରତ ଶହୀଦ ଦିବସ ପାଳନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଯାଜପୁର ରୋଡ ର ଗୋପବନ୍ଧୁ ଛକଠାରେ ଦଳର କର୍ମୀ ମାନେ ରାଜ୍ୟ କମିଟି ସଭ୍ୟ ସୁରେଶ ପ୍ରଧାନ, ବିଜୟାନନ୍ଦ ମଲ୍ଲିକ,କେଦାରନାଥ ସାହୁ ଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଙ୍କ ୩ଟି କଳା କୃଷି ଆଇନ ବାତିଲ, ପୋଲିସ ର ଲାଠିମାଡରେ ମୃତ୍ୟୁ ବରଣ କରିଥିବା ଚାଷୀ ସୁଶୀଲ କାଜଲ ଙ୍କ ପରିବାରଙ୍କୁ ୧କୋଟି ଟଙ୍କା କ୍ଷତିପୂରଣ ଯୋଗାଇ ଦେବା ଓ ଆହତ ହୋଇଥିବା ଚାଷୀ ଙ୍କୁ ସହାୟତ ଯୋଗାଇଦେବା ସଙ୍ଗେ ସଙ୍ଗେ ଏହି ଭଳି ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ଉପରେ ବର୍ବରୋଚିତ ଲାଠି ମାଡ କରିଥିବା ପୋଲିସଙ୍କ ବିରୋଧରେ ନରହତ୍ୟା ରେ ମକଦମା କରାଯିବା ଉଚିତ ବୋଲି ଦୃଢ ଦାବି କରିଥିଲେ।ଜିଲ୍ଲା କମିଟି ସଭ୍ୟ ନୃସିଂହ ମହାନ୍ତ ,ଦାନଗଦି ଲୋକଲ କମିଟି ସମ୍ପାଦକ ବିଜୟ ଜେନା, କୋରେଇ ଲୋକଲ କମିଟି ସମ୍ପାଦକ ମେଘନାଦ ମଲ୍ଲିକ,ଚାଷୀ ନେତା ସୁପାହି ମାଝୀ, ରାଧାକାନ୍ତ ଜେନା, ଶରତ ଜେନା ଓ କାର୍ତିକ ହାଲଦାର ଆଗାମି ସେପ୍ଟେମ୍ବର ୨୫ତାରିଖ ରେ ସଂଯୁକ୍ତ କିଷାନ ମୋର୍ଚା ର ଆହ୍ୱାନ ରେ ଦିଆ ଯାଇଥିବା ତିନୋଟି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ” ଭାରତ ବନ୍ଦ ” କୁ ସଫଳ କରିବା ପାଇଁ ଜନସାଧାରଣ ଙ୍କୁ ଆହ୍ୱାନ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post