ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଳକ ବୋଡକ ଗ୍ରାମ ପଞ୍ଚାୟତ ଅଣ୍ଡରାଇ ଗ୍ରାମର ମନମୋହନ ମଳିକଙ୍କ ଧର୍ମପତ୍ନୀ ଅଞ୍ଚଳର ମହିୟସୀ ମହିଳା ସ୍ୱର୍ଗତା ମାତାଜୀ ମଲିକଙ୍କ ଏକାଦଶାହ ଅବସରରେ ତାଙ୍କ ବାସ ଭବନ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟ ଅପେରା କଳାକାର ମହାସଂଘର ସଂଯୋଜକ ତଥା ପରିବାର ସଦସ୍ୟ କଳାକାର କାଳନ୍ଦୀ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସର୍ବ ପ୍ରଥମେ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଆଭିମୂଖ୍ୟ ପ୍ରଦାନ କରିଥିଲେ ସ୍ୱର୍ଗତା ମାତାଜୀଙ୍କ ପୁୁତୁରା ଅଜୟ କୁମାର ମଲିକ । ଓଡ଼ିଶା ରାଜ୍ୟ ବହୁଜନ ସମାଜ ସଂଗଠନର ଜୋନାଲ ସଂଯୋଜକ କାହ୍ନୁ ଚରଣ ମାହାଳିକ, ଜିଲ୍ଲା ଉପସଭାପତି ପ୍ରକାଶ କୁମାର ନାୟକ, ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଅଗଣି ଚରଣ ଜେନା, ଜିଲ୍ଲା ବହୁଜନ ସାମଜର କର୍ମଚାରୀ ସଂଘ ସଭାପତି ବିଶ୍ୱନାଥ ଜେନା, ବୋଡକ ସରପଞ୍ଚ ଶଶଧର ସାମଲ, ବିଲଣା ସରପଞ୍ଚ ଭାଗିରଥୀ ମଲ୍ଲିକ, ଜିଲ୍ଲା ପୁଲିସ ବିଭାଗର ବରିଷ୍ଠ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅଞ୍ଚଳର ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗଦାନ କରି ସ୍ୱର୍ଗତା ମାତାଜୀଙ୍କର ମେଳାପୀ ସ୍ୱଭାବ ତଥା ପରୋପକାରିତା, ସମାଜସେବାର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଭଦ୍ରକ ଜିଲ୍ଲାସ୍ତରୀୟ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ନରେନ୍ଦ୍ର ସାମଲ, ଶଶୀଭୂଷଣ ସ୍ୱାମୀ, ସତ୍ୟ ଭୂଷଣ ସ୍ୱାମୀ, ଆଇନଜୀବୀ ବିନୋଦ କୁମାର ସାହୁ ଯୋଗ ଦେଇ ଶ୍ରଦ୍ଧା ନିବଦେନ କରିଥିଲେ । ଉପସ୍ଥିତ ଥିବା ବହୁ ଜନସାଧାରଣ ସ୍ୱର୍ଗତା ମାତାଜୀ ମଳିକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଦିବସବ୍ୟାପୀ ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ପରିବାର ତରଫରୁ ପୀତାମ୍ବର ମଲିକ, ମହେନ୍ଦ୍ର ମଲିକ, କରୁଣାକର ମଲିକ, ଅଶୋକ ମଲିକ, ବିକ୍ଷୟ ମଲ
Sign in
Sign in
Recover your password.
A password will be e-mailed to you.