ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ବ୍ଲକ କଂଗ୍ରେସ ପକ୍ଷରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚମ୍ପକେଶ୍ବର ପୁରୋହିତ ଙ୍କ ଆହ୍ୱାନ କ୍ରମେ ଆଜି ଜିଲ୍ଲା ପରିଷଦ ଜୋନ ସ୍ତରୀୟ ବୈଠକ ଜମରତଲା ଗ୍ରାମ ପଞ୍ଚାୟତ କଣ୍ଠେଶ୍ବରପୁର ମନ୍ଦିର ଠାରେ ଅନୁଷ୍ଠିତ କରାଯାଇଛି। ଆଗାମୀ ସାଧାରଣ ପଞ୍ଚାୟତ ନିର୍ବାଚନ ରେ କିପରି ଭାବରେ କଂଗ୍ରେସ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ଜିତିବ ସେନେଇ ନିଷ୍କର୍ଷ ବିଷୟରେ ଆଲୋଚନା କରାଯାଇଛି। ସମସ୍ତ କର୍ମୀଙ୍କ ମଧ୍ୟରେ ଯେପରି ଭାବରେ ଅସନ୍ତୋଷ ନହେବ ଓ ଲୋକଙ୍କ ପାଖରେ ପହଞ୍ଚି ଠିକ ଭାବରେ ଯୋଗାଯୋଗ କରାଯିବ ବୋଲି ସମସ୍ତ କର୍ମୀ ମାନଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି। ପଦ୍ମପୁର କଂଗ୍ରେସ କିପରି ଭାବରେ ବିଜେଡି ଓ ବିଜେପି କୁ ଚକମା ଦେଇ ପଞ୍ଚାୟତ ନିର୍ବାଚନ ବିଜୟଲାଭ କରିବ ତାର କସରତ ରଣନୀତି ଆରମ୍ଭ କରି ଦେଇଛି। ବିଗତ ଦିନରେ କଂଗ୍ରେସ ଭୁଶୁଡ଼ି ପଡ଼ିଥିବା ବେଳେ ବର୍ତ୍ତମାନ ତାର କର୍ମୀ ମାନଙ୍କୁ ନେଇ ତୃଣମୂଳ ସ୍ତରରେ ମଜବୁତ କରିବାକୁ ଚେଷ୍ଟା ଜାରି ରଖିଛି। ବିଜେଡି ଓ ବିଜେପି ସରକାର ବିଭିନ୍ନ ସାମଗ୍ରୀର ଦରଦାମ ଆକାଶ ଛୁଆଁ ବୃଦ୍ଧି କରିବା ସହ ସର୍ବସାଧାରଣ ଜନତା ଙ୍କ ବିକାଶ ବଦଳରେ ପିସି କାରବାର ରେ ବ୍ୟସ୍ତ ବୋଲି କଂଗ୍ରେସ ସମାଲୋଚନା ମଧ୍ୟ କରିଛି। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଚମ୍ପକେଶ୍ବର ପୁରୋହିତ, ସିଦ୍ଧାର୍ଥ ମିଶ୍ର, ପ୍ରଦୀପ ବେହେରା,ମାୟାରାମ ସୁନା,ବୁଡାମାଲ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ସମିତି ସଭ୍ୟ ଆର୍ତ୍ତତ୍ରାଣ ଝାଙ୍କର,ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post