ରାଜ୍ୟର ପଛୁଆବର୍ଗଙ୍କୁ ବିଭ୍ରାନ୍ତ କରିବା ପାଇଁ ମନଗଢା ଗପ ଶୁଣାଉଛି ଶାସକ ବିଜେଡି : ଗୋଲକ ମହାପାତ୍ର

0 2

ଭୂବନେଶ୍ୱର:ବିଭ୍ରାନ୍ତ ଓ ଚକ୍ରାନ୍ତ ଶାସକ ବିଜେଡିର ଅଭ୍ୟାସରେ ପରିଣତ ହୋଇସାରିଛି । କୁଚକ୍ରାନ୍ତ କରି ଓଡିଶାବାସୀଙ୍କୁ ତାଙ୍କ ନ୍ୟାର୍ଯ୍ୟ ହକ୍ ପ୍ରଦାନ କ୍ଷେତ୍ରରେ ନିଜ ମୁଣ୍ଡରୁ ଦୋଷ ଖସାଇ ଅନ୍ୟ ଉପରେ ଲଦିଦେବା ଏବଂ ପରବର୍ତୀ ସମୟରେ ବିଭ୍ରାନ୍ତ କରି ଭୂଆଁ ବୁଲାଇବା ଶାସକ ବିଜେଡିର ଅଭ୍ୟାସରେ ପରିଣତ ହୋଇସାରିଛି । ରାଜ୍ୟର ପଛୁଆବର୍ଗଙ୍କ ବିକାଶ ପାଇଁ କୈାଣସି ଆନ୍ତରିକତା ନଥିବା ଶାସକ ବିଜେଡି ସେମାନଙ୍କୁ କେବଳ ଭୋଟବ୍ୟାଂକ ଭାବେ ବ୍ୟବହାର କରିଆସୁଛି । ଆଜି ଯେତେବେଳେ ଦେଶର ଯସଶ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ପଛୁଆବର୍ଗଙ୍କ ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି, ସେତେବେଳେ ଅସହିଷ୍ନୁତା ଏବଂ ନିଜ ବିଫଳତାକୁ ଲୁଚାଇବା ପାଇଁ ଶାସକ ବିଜେଡି ରାଜ୍ୟର ପଛୁଆବର୍ଗଙ୍କୁ ମିଛ କଥା କହିବା ଆରମ୍ଭ କରିଦେଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଲଜ୍ଜାଜନକ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ରାଜ୍ୟ ସରକାରଙ୍କୁ ରାଜ୍ୟବାସୀଙ୍କ ତରଫରୁ ପଚରା ଯାଇଥିବା ଚାରିଟି ପ୍ରଶ୍ନର ଜବାବ୍ ମିଳିଲା ନାହିଁ ।ଦେଶର ଅଧିକାଂଶ ରାଜ୍ୟମାନଙ୍କରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ଥିବାବେଳେ ଓଡିଶା ସରକାର ବିଭିନ୍ନ ସମୟରେ କୋର୍ଟ ଏବଂ କେନ୍ଦ୍ର ସରକାରଙ୍କୁ ଦୋଷ ଲଦି ଦେଇ ଖସିଯିବାର ପ୍ରୟାସ କାହିଁକି କରିଆସୁଛନ୍ତି ? ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିବା ସତ୍ୱେ ରାଜ୍ୟ ସରକାର କାହିଁକି କାର୍ଯ୍ୟକାରୀ କରୁନାହାଁନ୍ତି ? ଓବିସି ବର୍ଗଙ୍କୁ ସଶକ୍ତ ଓ ଆତ୍ମନିର୍ଭର କରିବା ପାଇଁ ଉଦ୍ଧିଷ୍ଟ ଓବିସି ଡେଭ୍ଲୋପ୍ମେଂଟ ଏଣ୍ଡ୍ ଫାଇନାନ୍ସ କୋଅପରେଟିଭ କରପୋରେସନ ତରଫରୁ ଗତ ୨୦୦୮ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଜଣେ ବି ପଛୁଆ ବର୍ଗ ହିତାଧିକାରୀଙ୍କୁ ଋଣ କିମ୍ବା ଆର୍ଥିକ ସହାୟତା କାହିଁକି ପ୍ରଦାନ କରାଯାଉ ନାହିଁ ? ବହୁ ଚାପ ପରେ ନବଗଠିତ ରାଜ୍ୟ କମିଶନ ଓବିସିଙ୍କ କଲ୍ୟାଣ ପାଇଁ କ’ଣ ସୁପାରିଶ କରିଛନ୍ତି ଏବଂ ରାଜ୍ୟ ସରକାର ସେହି ସବୁ ସୁପାରିଶକୁ କେତେ ଦୂର କାର୍ଯ୍ୟକାରୀ କରିଛନ୍ତି ? ଏ ସମସ୍ତ ପ୍ରଶ୍ନର ଉତର ନରଖି ରାଜ୍ୟର ପଛୁଆବର୍ଗଙ୍କୁ ବିଭ୍ରାନ୍ତ କରିବା ପାଇଁ ମନଗଢାଶୁଣାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରି ତାଙ୍କ ପ୍ରତି ବାରମ୍ବାର ପ୍ରତାରଣା କରୁଛନ୍ତି । ରାଜ୍ୟର ୫୨ ଭାଗରୁ ଉଦ୍ଧ୍ୱର୍ ଜନସଂଖ୍ୟା ବିଶିଷ୍ଟ ଓବିସିମାନଙ୍କ ପ୍ରତି ଓ ସେମାନଙ୍କ ସାମ୍ବିଧାନିକ ଅଧିକାର ପ୍ରତି ରାଜ୍ୟସରକାରଙ୍କ ଆଦୌ ଆନ୍ତରିକତା ନାହିଁ । ରାଜ୍ୟ ସରକାର ଜାଣି ଜାଣି ପଛୁଆ ବର୍ଗଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରୁଛନ୍ତି । ଯେତେ ଷଡଯନ୍ତ୍ର କଲେ ମଧ୍ୟ ପଛୁଆ ବର୍ଗଙ୍କ ବିକାଶ ଓ ସାମ୍ବିଧାନିକ ଅଧିକାରକୁ ରାଜ୍ୟ ସରକାର ରୋକି ପାରିବେ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ମୋଦି ସରକାର କଥାରେ ନୁହେଁ ବରଂ କାର୍ଯ୍ୟରେ ବିଶ୍ୱାସ କରନ୍ତି । ଏହା ସଦ୍ୟ ସଂପ୍ରସାରିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରତିଫଳିତ ହୋଇଛି । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋଦି ସରକାର ୨୭ ଜଣ ପଛୁଆ ବର୍ଗଙ୍କୁ ପ୍ରତିନିଧିତ୍ୱ ଦେଇଥିବାବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ପଛୁଆ ବର୍ଗଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନଗଣ୍ୟ । ଏଥିରୁ ମଧ୍ୟ ରାଜ୍ୟ ସରକାରଙ୍କ ଓବିସିଙ୍କ ପାଇଁ କୁମ୍ଭୀର କାନ୍ଦଣା ସ୍ପଷ୍ଟ ପ୍ରକାଶ ପାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

 

Leave A Reply

Your email address will not be published.