ବିଜୁ ମହିଳା ଜନତା ଦଳର ସମ୍ବର୍ଦ୍ଧନା ସଭା

0 2

ବରଗଡ :- ବରଗଡ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି ନୀଳକୁମାରୀ ନାଏକଙ୍କ ଅଧ୍ୟକ୍ଷତାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ଜିଲ୍ଲାର ମହିଳା କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ବିଜୁ ମହିଳା ଜନତା ଦଳ ର ରାଜ୍ୟ ସଭାନେତ୍ରୀ ତଥା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ , ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀମତୀ ଗୋପା ମହାନନ୍ଦ , ଜିଲ୍ଲା ରୁ ପ୍ରତିନିଧିତ୍ଵ କରୁଥିବା ରାଜ୍ୟ ସ୍ତରୀୟ ମହିଳା ଜନତା ଦଳ ର ସାଧାରଣ ସମ୍ପାଦିକା, ଜିଲ୍ଲାର ସମସ୍ତ ବ୍ଲକ ର ସଭାପତି ଓ ସମ୍ପାଦିକା ଏବଂ ଜିଲ୍ଲାର ସୋସିଆଲ୍ ମିଡ଼ିଆ ର ମହିଳା ପ୍ରତିନିଧି ଉପସ୍ଥିତ ଥିଲେ।

ଉକ୍ତ ସଭାରେ  ମୁଖ୍ୟମନ୍ତ୍ରୀଙ୍କ ମହିଳା ମାନଙ୍କ ପ୍ରତି ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ଲୋକଙ୍କ ପାଖରେ ଏହି ସବୁ ଯୋଜନାର ଲାଭ ପହଞ୍ଚାଇବା ସହ ନବୀନ ପଟ୍ଟନାୟକଙ୍କ ମହିଳା ସଶକ୍ତି କରଣ ସ୍ୱପ୍ନ କୁ ସାକାର କରିବା ପାଇଁ ମନ୍ତ୍ରୀ ସୁଶାନ୍ତ ସିଂ ସହ ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ନିଜ ନିଜ ମତାମତ ରଖିଥିଲେ।

Leave A Reply

Your email address will not be published.