ପାଇକମାଲ ଅଞ୍ଚଳରେ ହାତୀ ଆତଙ୍କ: ଘର ଭାଙ୍ଗିଲା ଦନ୍ତା

0 1

କ୍ଷତିଗ୍ରସ୍ତ ଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇଲେ ବିଧାୟକ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚେରେଙ୍ଗାଝାଞ୍ଜ ଗ୍ରାମରେ ଆଜି ସକାଳୁ ଦୁଇ ଗୋଟି ଦନ୍ତା ହାତୀ ବୁଲୁଥିବା ଖବର ମିଳିବା ପରେ ଅଂଚଳର ଲୋକ ଆତଙ୍କିତ ଅଛନ୍ତି । ଗତ ରାତିରେ ଗନ୍ଧମାର୍ଦ୍ଦନ ପର୍ବତରୁ ଦୁଇଟି ହାତୀ ପ୍ରଥମେ ଭରୁଆମୁଣ୍ଡା ଗ୍ରାମକୁ ପହଂଛି ଗ୍ରାମର ଧନୁ ପୁଝାରି ଙ୍କର ଘର ଭାଙ୍ଗି ଦେଇଥିଲେ । ଏହାପରେ ହାତୀ ଦୁଇଟି ଚେରଙ୍ଗାଝାଞ୍ଜ ଗ୍ରାମକୁ ଆସି ଧାନ ଗଛ ଖାଇବା ସହିତ ନିକତସ୍ତ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ । ଗ୍ରାମରେ ହାତୀ ଥିବା କାରଣରୁ ଏବେ ଗାଁ ଦାଣ୍ଡ ଖାଁ ଖାଁ । ଜଙ୍ଗଲ ବିଭାଗ ର କର୍ମଚାରୀ ମାନେ ଓ ଗ୍ରାମ ବାସୀ ମାନେ ହାତୀର ମୁଭମେଣ୍ଟ ଉପରେ କଡା ନଜର ରଖିଥିବା ବେଳେ ସନ୍ଧ୍ୟା ସମୟରେ ହାତୀ ମାନଙ୍କୁ ପିନର୍ବାର ଜଙ୍ଗଲ ଭିତରକୁ ଘଉଡାଇବା ପାଇଁ ପ୍ରୟାସ କରାଯିବ ।
ଅନ୍ୟପଟେ ଭରୁଆମୁଣ୍ଡାରେ କ୍ଷତିଗ୍ରସ୍ତ ଧନୁ ପୂଜାରୀ ଙ୍କର ପରିବାର ବର୍ଗଙ୍କୁ ତୁରନ୍ତ ସହାୟତାର ହାତ ବଢ଼ାଇ ଛନ୍ତି ବିଧାୟକ ବିଜୟ ରଞ୍ଜନ ସିଂ ବରିହା । କ୍ଷତିଗ୍ରସ୍ତ ଧନୁ ଙ୍କୁ କିଛି ଆର୍ଥିକ ସହାୟତା ସହିତ ଶୁଖିଲା ଖାଦ୍ୟ ସାମଗ୍ରୀ ଓ ପନିପରିବା ପଠାଇ ଥିଲେ ଧନୁଙ୍କର ନିକଟକୁ । ତେବେ କ୍ଷତିଗ୍ରସ୍ତ ଧନୁଙ୍କୁ ସରକାର ଙ୍କର ନିୟମ ମୁତାବକ ଯଥାଶୀଘ୍ର କ୍ଷତି ପୂରଣ ପ୍ରଦାନ କରାଯିବ ବୋଲି ଜଙ୍ଗଲ ବିଭାଗ ତରଫରୁ ସୂଚନା ମିଳିଥିବା ବେଳେ ପାଇକମାଲ ତହସିଲଦାର ଶ୍ରୀ ମନୋଜ କୁମାର ମେହେର ମଧ୍ୟ ଘଟଣା ସ୍ଥଳକୁ ଅନୁଧ୍ୟାନ ପାଇଁ ଯିବାର କାର୍ଯକ୍ରମ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.